ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ୍କୁ ନେଇ ଓଡ଼ିଶାରୁ ଆସିଛି ଏକ ବଡ଼ ଖବର। ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ୍ ପାଣି ଯୋଗାଇବା। କିନ୍ତୁ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ। ଏବେ ବି ରାଜ୍ୟର ପ୍ରାୟ ୨୦ ଲକ୍ଷ ପରିବାର ଟ୍ୟାପ୍ ପାଣିରୁ ବଞ୍ଚିତ ଅଛନ୍ତି।
ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ, ଅର୍ଥାତ୍ CAGଙ୍କ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର କରାଯାଇଥିବା ପରଫର୍ମାନ୍ସ ଅଡିଟ୍ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଅଡିଟ୍ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ Functional Household Tap Connections ବା FHTC ଦେବାରେ ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ୩୧ ପ୍ରତିଶତ ପଛରେ ରହିଛି।
ତେବେ ଏହି ମିଶନ୍ରେ ରାଜ୍ୟରେ ବଡ଼ ଆର୍ଥିକ ବ୍ୟୟ ମଧ୍ୟ ହୋଇଛି। ୨୦୧୯ରୁ ୨୦୨୪ ମଧ୍ୟରେ ଓଡ଼ିଶା ୧୪,୫୩୪ କୋଟି ୫୯ ଲକ୍ଷ ଟଙ୍କା ମୋବିଲାଇଜ୍ କରିଥିଲା। ଏଥିରୁ ୭,୩୪୩ କୋଟି ୬୮ ଲକ୍ଷ ଟଙ୍କା କେନ୍ଦ୍ରର ଅଂଶ ଥିଲା। ଏହି ଅର୍ଥରୁ ୧୩,୫୬୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟବହାର ହୋଇଥିବା CAG ଅଡିଟ୍ରେ ଉଲ୍ଲେଖ ରହିଛି।
ଜଳ ଜୀବନ ମିଶନ୍ ଆରମ୍ଭ ହେବା ପୂର୍ବରୁ, ୨୦୧୯ ଅଗଷ୍ଟରେ ଓଡ଼ିଶାର ମାତ୍ର ୩.୧୧ ଲକ୍ଷ ଗ୍ରାମୀଣ ପରିବାର ପାଇପ୍ ଜଳ ଯୋଜନାରେ ସାମିଲ ଥିଲେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ବଢ଼ି ୬୪.୭୧ ଲକ୍ଷ ହୋଇଥିଲା। କିନ୍ତୁ ମୋଟ ୮୮.୬୮ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ଏକ ବଡ଼ ଅଂଶ ଏବେ ବି ଟ୍ୟାପ୍ ପାଣି ପାଇନାହାନ୍ତି।
ସଦ୍ୟତମ ତଥ୍ୟ ଅନୁସାରେ ୧୯ ଲକ୍ଷ ୫୯ ହଜାର ୭୯୩ଟି ପରିବାର, ଅର୍ଥାତ୍ ମୋଟ ପରିବାରର ୨୨.୧୨ ପ୍ରତିଶତ, ଏବେ ବି ଟ୍ୟାପ୍ ପାଣିରୁ ବଞ୍ଚିତ। ୨୦୨୨-୨୩ରେ ସ୍ଥିତି ଆହୁରି ଖରାପ ଥିଲା। ସେହି ବର୍ଷ ୨୫.୩୧ ଲକ୍ଷ ପରିବାରକୁ କଭର୍ କରିବାର ଲକ୍ଷ୍ୟ ଥିବା ବେଳେ ମାତ୍ର ୧୦.୮୨ ଲକ୍ଷ ପରିବାରକୁ ଟ୍ୟାପ୍ କନେକ୍ସନ୍ ଦିଆଯାଇଥିଲା।
ସବୁଠାରୁ ଚିନ୍ତାଜନକ କଥା ହେଉଛି, କେବଳ ଟ୍ୟାପ୍ କନେକ୍ସନ୍ ଦେଇଦେଲେ ଯେ ପର୍ଯ୍ୟାପ୍ତ ପାଣି ମିଳୁଛି, ତାହା ନୁହେଁ। CAG ଯାଞ୍ଚ ସମୟରେ ୨୫ଟି ଗାଁର ୨୯୮ ଜଣ ହିତାଧିକାରୀ ପର୍ଯ୍ୟାପ୍ତ ପାଣି ମିଳୁନଥିବା ଅଭିଯୋଗ କରିଥିଲେ। ଜଳ ଉତ୍ସ ବିଫଳ ହେବା, ଅନିୟମିତ ବିଦ୍ୟୁତ୍ ଯୋଗାଣ ଏବଂ ଓଭରହେଡ୍ ଟାଙ୍କି ନିର୍ମାଣ ନହେବା ଭଳି କାରଣ ମଧ୍ୟ ସାମ୍ନାକୁ ଆସିଛି।
ବଡ଼ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଧୀମା ଗତି ମଧ୍ୟ CAG ଅଡିଟ୍ରେ ଉଠିଛି। ୨୦୧୯ରୁ ୨୦୨୪ ମଧ୍ୟରେ ନିଆଯାଇଥିବା ୨୦୭ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ଯାଞ୍ଚ ହୋଇଥିବା ଜିଲ୍ଲାଗୁଡ଼ିକରେ ୨୦୨୪ ଜୁନ୍ ସୁଦ୍ଧା କେବଳ ଦୁଇଟି ପ୍ରକଳ୍ପ ସମ୍ପ
ଜଳ ଜୀବନ ମିଶନରେ ଓଡ଼ିଶା ପଛୁଆ, ୨୨ ପ୍ରତିଶତ ଘରେ ଏବେ ବି ନାହିଁ ଟ୍ୟାପ୍ ପାଣି
