ଭୁବନେଶ୍ୱର: ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ଆକ୍ଟ, ଅର୍ଥାତ୍ MMDR ଆଇନର ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ସଂଶୋଧିତ ଆଇନ ଯୋଗୁଁ ରାଜ୍ୟର ଅଧିକାର ଦୁର୍ବଳ ହେବା ସହ ଖଣି ରାଜସ୍ୱରେ କ୍ଷତି ହେବ ବୋଲି ବିଜେଡିର ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ସଂଶୋଧନ ଦ୍ୱାରା ଓଡ଼ିଶାର ବର୍ତ୍ତମାନର ଖଣି ରୟାଲଟି ଓ ଡିଏମଏଫ୍ ରାଜସ୍ୱରେ କୌଣସି ହ୍ରାସ ହେବ ନାହିଁ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅମର ପଟ୍ଟନାୟକ କହିଥିଲେ ଯେ, MMDR ଆଇନର ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ରାଜ୍ୟରେ ଖଣି ସମ୍ପର୍କିତ ନିୟମରେ ସମାନତା ଆଣିବା। ଏହା ରାଜ୍ୟ ସରକାରଙ୍କ କ୍ଷମତାକୁ ଛଡ଼ାଇ ନେଉଛି ବୋଲି କରାଯାଉଥିବା ଦାବି ଭ୍ରମାତ୍ମକ ବୋଲି ସେ କହିଥିଲେ।
ଅମର ପଟ୍ଟନାୟକଙ୍କ ଅନୁସାରେ, ରାଜ୍ୟଗୁଡ଼ିକ ନିର୍ଦ୍ଧାରିତ ନିୟମ ଓ ସୀମା ମଧ୍ୟରେ ଟିକସ ଲାଗୁ କରିବାର ଅଧିକାର ରଖିବେ। ଭିନ୍ନ ଭିନ୍ନ ରାଜ୍ୟ ନିଜ ମନମୁତାବକ ଅଧିକ ଟିକସ ଲାଗୁ କଲେ ଖଣି ଶିଳ୍ପ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡ଼ିପାରେ ଏବଂ ନିବେଶକମାନେ ନିବେଶରୁ ଦୂରେଇପାରନ୍ତି। ତେଣୁ ସମାନ ନିୟମ ଓ ଅଧିକ ସ୍ପଷ୍ଟ ନୀତି ଖଣି କ୍ଷେତ୍ରକୁ ଅଧିକ ସ୍ଥିର କରିବ ବୋଲି ବିଜେପି ଦାବି କରିଛି।
ବିଜେଡି ପକ୍ଷରୁ ଓଡ଼ିଶା ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ପାଇପାରିଥାନ୍ତା, କିନ୍ତୁ ନୂଆ ସଂଶୋଧନ ଯୋଗୁଁ ରାଜ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଯେଉଁ ଦାବି କରାଯାଇଛି, ତାହାକୁ ମଧ୍ୟ ବିଜେପି ଖଣ୍ଡନ କରିଛି। ଅମର ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଖଣି ରୟାଲଟି ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ରାଜସ୍ୱରେ କୌଣସି କମିବା ନାହିଁ। DMF ପାଣ୍ଠିର ପ୍ରାୟ ୯୦ ପ୍ରତିଶତ ଓଡ଼ିଶାକୁ ମିଳିବ ବୋଲି ସେ ଦାବି କରିଛନ୍ତି।
ଏହାସହ ପୂର୍ବତନ ବିଜେଡି ସରକାର ସମୟରେ DMF ପାଣ୍ଠିର ବ୍ୟବହାରକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି। CAG ରିପୋର୍ଟର ଉଲ୍ଲେଖ କରି ଅମର ପଟ୍ଟନାୟକ DMF ଅର୍ଥର ବ୍ୟବହାରରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି।
୨୦୧୫ରେ MMDR ଆଇନରେ ହୋଇଥିବା ପରିବର୍ତ୍ତନ ଏବଂ ଇ-ନିଲାମ ବ୍ୟବସ୍ଥାକୁ ମଧ୍ୟ ବିଜେପି ନିଜ ପକ୍ଷର ଉଦାହରଣ ଭାବେ ଦର୍ଶାଇଛି। ଅମର ପଟ୍ଟନାୟକଙ୍କ ଦାବି ଅନୁସାରେ, ଇ-ନିଲାମ ବ୍ୟବସ୍ଥା ପରେ ଓଡ଼ିଶାର ଖଣି ରାଜସ୍
