ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଆଠମଲ୍ଲିକ ଓ କିଶୋରନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶୁକ୍ରବାର ସକାଳେ ସେ ଭୁବନେଶ୍ୱରରୁ ସେ ସଡ଼କ ପଥରେ ଆସି ପୂର୍ବାହ୍ନ ସାଢ଼େ ୧୧ଟା ରେ ଆଠମଲ୍ଲିକରେ ପହଞ୍ଚିବେ। ଏଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ମାଧପୁର, କିଶୋରନଗର ଦେଇ ସନ୍ଧ୍ୟାରେ ରେଢ଼ାଖୋଲ ଯିବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ବିଜେପି ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ହୋଇଛି। ଏଥିପାଇଁ ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି। କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ପରେ ଏହା ଧର୍ମେନ୍ଦ୍ରଙ୍କ ପ୍ରଥମ ଅନୁଗୋଳ ଗସ୍ତ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି
