ତାଲା ଭାଙ୍ଗି ଏଏମ୍ ସି ଏ ଲ୍ କ୍ୱାର୍ଟରସ ରୁ ଚୋରୀ

ତାଳଚେର କୋଲିୟରି ଥାନା ସାଉଥ୍ ବଲଣ୍ଡା ଅଂଚଳର ଏମ୍ ସି ଏ ଲ କ୍ୱାର୍ଟରସ୍ ରୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗର ଥାନା ଅଂଚଳର ଧ୍ରୁବ ପଳାଇ ସାଉଥ୍ ବଲଣ୍ଡା ଏ ମ୍ ସି ଏଲ କ୍ୱାର୍ଟରସ୍ ରେ ତାଙ୍କ ସମ୍ପର୍କୀୟ ଛାଡି ଗ୍ରାମକୁ କୌଣସି ଏକ କାମରେ ଯାଇଥିଲେ। କ୍ୱାର୍ଟରସ ରେ କେହି ନଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଘର ଭିତରେ ଥିବା ୪ଟି ଏଲଇଡି ଟିଭି, କପର ତାର ସହିତ ଅନ୍ୟାନ୍ୟ ଇଲେକ୍ଟ୍ରିକ ଯନ୍ତ୍ର ପାତି ନେଇଯାଇଛନ୍ତି।.

ଗତ କାଲି ସେ ଘରକୁ ଫେରି ପରେ ଚୋରି ହୋଇଥିବା ଜାଣିବାକୁ ପାଇଲେ। ଏ ନେଇ ଧ୍ରୁବ କୋଲିୟର ଥାନାରେ ଲିଖିତ ଅଭିଯୋଗ କରିଥଲେ। ଅଭିଯୋଗ ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୋଲିୟରି ଥାନା କନ ଭେୟର ମୁଣ୍ଡା ହାଟିଂ ଭକୁଲ ଓରଫ କ୍ରିଷ୍ଣା ସାହାଣୀ, ଗୋପାଳ ପ୍ରସାଦ ଥାନା ରକାସ ଗ୍ରାମର ଶେଖର ସୁମନ ଗଡ଼ନାୟକ, କଣିହାଁ ଥାନା କମରେଇ ଗ୍ରାମର ଜଗା ଓରଫ ଜଗ ମୋହନ ସାହୁ, ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ତାଉ ଓରଫ୍ ମାନସିଂହ ହରିବ୍ରୁ ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି

Leave a Reply