୧୫।୫(ନିଗମାନନ୍ଦ ଦଳବେହେରା) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନ ମାଣିକମରା ଗ୍ରାମ ନିକଟ ବାଉଁଶ ଖୋଲା ଜଙ୍ଗଲ ରେ କିଛି ଶିକାରୀ ଶିକାର କରିବାକୁ ଯାଇଥିବା ବିଶେଷ ସୂତ୍ର ରୁ ଖବର ପାଇ ଦଦରାଘାଟି ପୋଲିସ ଟିମ୍ ଶୁକ୍ରବାର ଭୋର୍ ସମୟରେ ଉକ୍ତ ଜଙ୍ଗଲ ରେ ଚଡ଼ାଉ କରିଥିଲେ ।ଚଢ଼ାଉ ବେଳେ ଦୁଇଟି ଦେଶୀ ବନ୍ଧୁକ, ୫ ଗ୍ରାମ ଗନ୍ ପାଉଡର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନା ମୁତାବକ ମଣିକିମାରା ପଞ୍ଚାୟତ କୁହ୍ଲ ସାହିର ତଲ ଲାଗୁରି (୩୮) ଏବଂ ସହଯୋଗୀ କୁନା ମୁଣ୍ଡା (୨୭) ଦୀର୍ଘ ଦିନ ଧରି ଗ୍ରାମର ଆଖପାଖ ଅଞ୍ଚଳରୁ ବେଆଇନ ଦେଶୀ ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଶୁକ୍ରବାର ଭୋର ସମୟରେ ପରଜଙ୍ଗ ଥାନା ଅଧିକାରୀ ସୁବ୍ରତ କୁମାର ସାହୁ ଙ୍କ ତତ୍ୱାବଧାନରେ ଦଦରାଘାଟି ଫାଣ୍ଡି ଅଧିକାରୀ ଅଜୟ କୁମାର ସାମଲ, ଏ ଏସ ଆଇ ଯୁଗଳ ପ୍ରଧାନ,ଜୟରାମ ଦେହୁରୀ,ଭୀମସେନ ସିଂ,କୁନୁମୁନୁ ନାୟକ ଙ୍କ ସମେତ ପୁଲିସ କର୍ମଚାରୀ ମାନେ ଚଢ଼ାଉ ରେ ସାମିଲ ହୋଇଥିଲେ । କୁହ୍ଲ ସାହିର ତଲ ଲାଗୁରି ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ତଳ ଲାଗୁରି ତା ସହଯୋଗୀ କୁନା ମୁଣ୍ଡା ନାମରେ ମାମଲା ରୁଜୁ ହୋଇଛି। ତଲ ଲାଗୁରି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅନ୍ୟ ପଟେ ସହଯୋଗୀ କୁନା ମୁଣ୍ଡା ଫେରାର ହୋଇଯାଇଥିଲା। ଯଥାଶୀଘ୍ର ଅନ୍ୟ ଅପରାଧୀ କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଏହି ଦୁଇ ଜଣ ଏକାଠି ମିଶି ଗୋଟିଏ ଲେଖାଏଁ ବନ୍ଧୁକ ବ୍ୟବହାର କରିବା ସହ ଜଙ୍ଗଲ ରୁ ଜୀବଜନ୍ତୁ ଶିକାର କରି ପାଖ ଆଖ ଅଞ୍ଚଳ ର ଲୋକ ମାନଙ୍କୁ ଲୁଚାଣିଆ ବିକ୍ରି କରିଥାନ୍ତି ।କିନ୍ତୁ ସତର୍କତାର ସହ ରାତି ଶୀକାର କରିବାକୁ ଘରୁ ଯାଇ ସକାଳେ ଶୀକାର ସାରି ଜଙ୍ଗଲ ରେ ମାଂସ କାଟି ଗ୍ରାମକୁ ଫେରିଥାନ୍ତି ବୋଲି ଅଭିଯୁକ୍ତ ସ୍ୱୀକାର କରିଥିବା ଜଣା ପଡ଼ିଛି । ବନ କର୍ମଚାରୀ ଉକ୍ତ ଅଞ୍ଚଳ କୁ ଗ୍ରସ୍ତ କରୁନଥିବାରୁ ଶିକାରୀ ମାନେ ଅଚିନ୍ତାରେ ଶିକାର କରିବାକୁ ପଛାଉ ନାହାନ୍ତି ।ଏଥିପ୍ରତି ଉଚ୍ଚ କତ୍ରୁ ପକ୍ଷ ଦୃଷ୍ଟି ଦେବାକୁ ପରିବେଶ ବିତି ମାନେ ଦାବି କରିଛନ୍ତି ।
