ବିଭିନ୍ନ ଦାବି ନେଇ ସୋମବାର ଅନଗୁଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଅନଗୁଳ ଜିଲ୍ଲା 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ତାଳଚେର ଓ କଣିହାଁରେ ରେ ଦୋକାନ ବଜାର ବନ୍ଦ କରିଥିଲେ କଂଗ୍ରେସ କର୍ମୀ। ଅନ୍ୟପଟେ ତାଳଚେର ଓ କଣିହାଁ ଦେଇ ଯାଇଥିବା 53 ନମ୍ବର ଜାତୀୟ ରାଜପଥ କୁ ତାଳଚେର ବାଇପାସ୍ ଛକ ଓ କଣିହାଁ ବରଛକ ଠାରେ କଂଗ୍ରେସ କର୍ମୀ ଅବରୋଧ କରିବା ସହ କଣିହାଁ କୋଇଲା ଖଣି କାର୍ଯ୍ୟାଳୟ ଓ ଏନଟିପିସି ମୁଖ୍ୟ ଫାଟକ ଅବରୋଧ କରିଥିଲେ। ଫଳରେ ଗାଡି ମଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା।କିନ୍ତୁ ୩ ଘଣ୍ଟା ପରେ ପୋଲିସ ହସ୍ତକ୍ଷେପ ପରେ ଗାଡ଼ି ମୋଟର ଚାଲିବା ସହ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା । କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ବେଳେ ପରିସ୍ଥିତି ସ୍ୱାଭାବିକ ରହିଥିଲା ।
ବିଭିନ୍ନ ଦାବିରେ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନଗୁଳ ଜିଲ୍ଲା ବନ୍ଦ ଡାକରାରେ ତାଳଚେର ଓ କଣିହାଁ ବନ୍ଦ
