ରେଳ ଧାରଣା ରେ ଯୁବକ ଙ୍କ ଅଧା କଟା ଶବ,ଦୁର୍ଘଟଣା ନା ଆତ୍ମହତ୍ୟା ତଦନ୍ତ ସାପେକ୍ଷ

ତାଳଚେରରୁ କଣିହାଁ ଦେଇଯାଇଥିବା ମାଲ ବାହି ଟ୍ରେ‌ନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର କନିସ୍କ ପାଣିଗ୍ରାହୀ । ସେ ଦୀର୍ଘ ବର୍ଷ ହେବ ତାଳଚେରର ରେମୁଆଁ ଅଞ୍ଚଳରେ ଏକ ଭଡ଼ାଘରେ ରହିଆସୁଥିଲେ। ଏବଂ କୋଇଲା ଖଣିରେ ଏକ ଘରୋଇ କମ୍ପାନୀରେ ଟ୍ରକ ଚାଳକ ଭାବେ କାର୍ଯ୍ୟାରତ ଥିଲେ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କନିସ୍କ ଘରୁ ଚାଲି ଆସିଥିବା ବେଳେ ଆଜି ସକାଳୁ ତାଳଚେର ବାଇବାସ ଛକ ନିକଟ ରେଳ ଫାଟକ ଠାରୁ କିଛି ଦୂରରେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସ ଏବଂ ରେଳବାଇ ଅଧିକାରୀଙ୍କୁ ଖବର ‌ଦେଇଥିଲେ। ଘଟଣା ସ୍ଥଳରେ ତାଳଚେର ପୁଲିସ୍‌ ଏବଂ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave a Reply