ଅନୁଗୁଳ ପୋଲିସ ଚୋରି ଘଟଣାର ତଦନ୍ତ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଜୁଲାଇ ୨ତାରିଖରେ ଡେରା ସ୍ଥିତ ସାର୍ଥକ ସିଂଘଲଙ୍କ କ୍ୱାଟର ରୁ ୨ଦିନ ଦ୍ୱିପହରରେ ପ୍ରାୟ ୬୦ଗ୍ରାମ ସୁନା ଗହଣା ଚୋରି ହୋଇଥିଲା। ଏନେଇ କୋଲିୟରି ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଏଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଆଇଆଇ ସି ଧିରେଶ କୁମାର ଦାସ ଓ ଏସଆଇ ବଳରାମ ସାମନ୍ତରାୟଙ୍କ ନେତୃତ୍ୱରେ ଗଠିତ ଟିମ୍ ଘଟଣାର ପର୍ଦ୍ଦଫାଶ କରିଛି। ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଘରେ କାମ କରୁଥିବା ତୀର୍ଥ ମୁଖୀ ର ସନ୍ଦେହ ଜନକ ଗତିବିଧିକୁ ଆଧାର କରି ପୋଲିସ ତାକୁ ଜେରା କରିଥିଲା। ତାର ସ୍ଵୀକାରୋକ୍ତି ପରେ ପୋଲିସ ଅନ୍ଯ ୬ଜଣକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ କାରୀମାନେ ହେଲେ ଦୀପକ ଚାନ୍ଦ,ସଚିନ ଅଶୋକ ଖଟଖେ, ମାନସ ମହାପାତ୍ରଉଦୟଭାନୁ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ମୂଜିବୁର ରହମାନ। ସେମାନଙ୍କ ଠାରୁ ୧ଲକ୍ଷ ୪୭ ହଜାର ଟଙ୍କା ଓ ୨୧.୨୮୦ଗ୍ରାମ ତାରଳା ସୁନା ଜବତ କରାଯାଇଛି।
ମାତ୍ର ୮ଘଣ୍ଟାରେ ଚୋରକୁ ପୋଲିସ ଧରୁଥିବାରୁ ପୋଲିସକୁ ସାଧାରଣରେ ପ୍ରଶଂଶା କରାଯାଇଛି। ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି
