ତାଳଚେର, :ବଡ଼ଯୋରଡ଼ା ଗ୍ରାମବାସୀଙ୍କୁ ଦୀର୍ଘ ୪୧ ବର୍ଷ ହେଲା ହିଙ୍ଗୁଳା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଜମିହରା ପ୍ରଜା ଏକତ୍ରିତ ହୋଇ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ସୂଚନା ମୁତାବକ, ୧୯୮୫ ମସିହାରେ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବଡ଼ଯୋରଡ଼ା ଗାଁର ୯୩.୫୭ ଡେସିମିଲ ଜମି ଅଧିଗ୍ରହଣ କରାଯାଇଥିଲା। ସେହି ସମୟରେ ଗ୍ରାମବାସୀ ନିଯୁକ୍ତି ଓ ଥଇଥାନକୁ ନେଇ ଆନ୍ଦୋଳନ କରିଥିଲେ । ସେତେବେଳେ ଜିଲ୍ଲାପାଳ, ଖଣି କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନିଯୁକ୍ତି ଓ ଥଇଥାନ ହେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ |
ପରବର୍ତ୍ତି ସମୟରେ ଖଣି କର୍ତ୍ତୃପକ୍ଷ ସେଠାରେ ମଧ୍ୟ ନିଯୁକ୍ତି ଓ ଥଇଥାନ ହେବାର ହଦାର ବୋଲି ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ଓ ଥଇଥାନ ଏହାକୁ ମାନି ନଥିଲେ। ଗ୍ରାମବାସୀ ୨୦୧୩ ରେ ଏହାରେ ପ୍ରଥମେ ହାଇକୋର୍ଟ ଯାଇଥିଲେ, ଦିଆଯାଇଥିଲା। ହାଇକୋର୍ଟଙ୍କ ନିର୍ଦେଶକୁ ମଧ୍ୟ ଖଣି କର୍ତ୍ତୃପକ୍ଷ ଅବମାନନା କରିଥିଲେ ଏଭଳି ବାରମ୍ବାର ହେବା ଦ୍ଵାରା ଗ୍ରାମବାସୀ ପୁନର୍ବାର ୨୦୨୩ ମସିହାରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ, ଖଣି କର୍ତ୍ତୃପକ୍ଷ ସେହି ପୂର୍ବ ନିଷ୍ପତ୍ତିକୁ ବଜାୟ ରଖିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ମଙ୍ଗଳବାର ଠାରୁ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟରେ ନାଲି ପତାକା ମାରି ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ବନ୍ଦ ହେବା ଜାଣି ବିକ୍ରମପୁର ଥାନା ଅଧିକାରୀ ଲଳିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଜମିହରା ପ୍ରଜାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।
