କଳାହୀରା ସହରରେ ଜମୁଛି ଭିଡ଼


ତାଳଚେର,: ଭାଇ ଭଉଣୀ ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ କଳାହୀରା ସହରରେ ରାଖୀ ବଜାର ବେଶ୍ ଜମିବାରେ ଲାଗିଛି। ସହରର ସବୁଠି ରାଖୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ମଧ୍ୟ ରାଖୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ତାଳଚେରର ସମସ୍ତ ବ୍ୟବସାୟୀ ବେପାର ଜୋର୍‌ଦାର୍ ଚଲାଇଛନ୍ତି। ତାଳଚେର ସହରର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହାଟତୋଟା, ବସ୍ୟାଣ୍ଡ, ବଡ଼ବଜାର, ତାଳଚେର ଟାଉନ୍, ପୌରପାଳିକା ମାର୍କେଟ୍, ହାଟତୋଟା ମେନ୍‌ରୋଡ୍, ହାଣ୍ଡିଧୁଆ, ସାଉଥବଲଣ୍ଡା, ଡେରା ଆଦି ସ୍ଥାନଗୁଡ଼ିକରେ ଶତାଧିକ ହୋଲ୍‌ସେଲ୍ ଦୋକାନ ଖୋଲିଛି। ଏହିସବୁ ଦୋକାନରେ ପ୍ରତିଦିନ ଶହଶହ ଗ୍ରାହକ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ, ତାଳଚେର ସହରକୁ ଆସୁଥିବା ଆକର୍ଷଣୀୟ ରାଖୀ କଟକ ସହିତ ଗୁଜୁରାଟରୁ ଅଣାଯାଉଥିବା ବ୍ୟବସାୟୀ ଚନ୍ଦନ ସାହୁ କହିଛନ୍ତି।

ଚଳିତ ବର୍ଷ ବଜାରରେ ଭିନ୍ନ ଭିନ୍ନ ଡିଜାଇନ୍‌ର ରାଖୀ ଉପଲବ୍ଧ ହୋଇଛି । ଏଥିମଧ୍ୟରୁ ବିଶେଷ କରି ଜଗନ୍ନାଥ ରାଖୀ, ମୋ ଭାଇ ସହିତ ଅନ୍ୟ ରାଖୀର ଚାହିଦା ଅଧିକ ରହିଛି। ଫଟୋ ରାଖୀ ଏବଂ ନାମ ଲେଖା ରାଖୀର ବିଶେଷ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ରାଖୀ ଉପରେ ଭାଇ ଭଉଣୀ ଫଟୋ ଲଗାଇବା ସହ ନିଜ ପସନ୍ଦର ନାମ ଖୋଦିତ କରିବାର ସୁବିଧା ଦିଆଯାଇଛି । ଏହି ସ୍ବତନ୍ତ୍ର ଫଟୋ ରାଖୀ ଗୁଡ଼ିକର ମୂଲ୍ୟ ୨ ଶହ ଟଙ୍କାରୁ ଆରମ୍ଭ ହୋଇ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଅନ୍ୟପଟେ ସାଧାରଣ ରାଖୀର ମୂଲ୍ୟ ୫ ଟଙ୍କାରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଯାହାଦ୍ୱାରା ପ୍ରତ୍ୟେକ ବର୍ଗର ଲୋକ ବଜେଟ୍ ଅନୁସାରେ ରାଖୀ କିଣି ପାରୁଛନ୍ତି। ପୂର୍ବରୁ ଦୂରଦୂରାନ୍ତରେ ରହୁଥିବା ଭାଇଙ୍କ ନିକଟକୁ ଭଉଣୀ ରାଖୀ କିଣି ପୋଷ୍ଟାଲ ବା କୋରିୟର ମାଧ୍ୟମରେ ପଠାଇବାର ପୁରୁଣା ପରମ୍ପରା ରହିଥିଲା। ମାତ୍ର, ବର୍ତ୍ତମାନ ଆଧୁନିକ ସମୟରେ ଭଉଣୀମାନେ ଫୋନ ପେ’, କିମ୍ବା ବିଭିନ୍ନ ଅନ୍‌ଲାଇନ୍ ସପିଂ ମାଧ୍ୟମରେ ଭାଇ ପାଖକୁ ରାଖୀ ପଠାଉଥିବା ଜଣାପଡ଼ିଛି।

Leave a Reply