ମୋଦୀଙ୍କ ନିକଟତର ହେଉଛନ୍ତି ମୋହନ !
ଗୋଟିଏ ଫଟୋ ଅନେକ ସଙ୍କେତ !
ସାଂପ୍ରତିକ ସ୍ଥିତିରେ ମୋଦୀଙ୍କ ପାଖରେ ମୋହନଙ୍କ ଫଟୋ କୁ ନେଇ ଚର୍ଚ୍ଚା।
ଦର୍ଶକବନ୍ଧୁ ବର୍ତ୍ତମାନ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଅନେକ କିଛି ଚର୍ଚ୍ଚା ଚାଲିଛି। ବିଜେପି ସରକାରକୁ ଆସିଥିବା ବେଳେ ତୃଣମୂଳ ସଙ୍ଗଠନ ସଜାଡ଼ିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି। ବିଜେପି ରାଜ୍ୟସଭା ପତି ନିଜର ନୂଆ ଟିମ ଗଢ଼ିଥିବା ବେଳେ ସାଂଗଠାନିକ କାର୍ଯକ୍ରମ ଜାରି ରଖିଛି ବିଜେପି। ନିଜେ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯକ୍ରମରେ ଯୋଗ ଦେଉଛନ୍ତି। ଏପଟେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ବି ବେଶ ସକ୍ରିୟ ହୋଇଛନ୍ତି। ବିଶେଷ କରି ସମ୍ବଲପୁର ରେ ବେଶ ସକ୍ରିୟ ହୋଇଛନ୍ତି ଧର୍ମେନ୍ଦ୍ର। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ କେନ୍ଦ୍ର ନେତୃତ୍ଵଙ୍କ ଆସ୍ଥା ବଢୁଥିବା ଅନେକ ସମୟରେ ଚର୍ଚ୍ଚା ହୁଏ। ବିଭିନ୍ନ ସମୟରେ ବିଭିନ୍ନ ଘଟଣାକ୍ରମ ବି ଏଭଳି କିଛି ଚର୍ଚ୍ଚାକୁ ବଳ ଦିଏ। ଏବେ ସେଭଳି ଏକ ଘଟଣାକ୍ରମ କୁ ନେଇ ପୁନର୍ବାର ଚର୍ଚ୍ଚା ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ଜଳଶକ୍ତି ସମିଟ ପରେ ସବୁ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସମ୍ପଦ ବିଭାଗ ଥିବାରୁ ସେ ବି ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ। ଆଉ ଏହି ଫଟୋ ସୁଟ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କ ବାମ ପାଶ୍ୱର୍ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଡାହାଣ ପାଶ୍ୱର୍ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ତାଙ୍କ ପାଖକୁ ଛିଡା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଏକଥା ସତ କି ଏହି କାର୍ଯକ୍ରମରେ କେବଳ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। କିନ୍ତୁ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ପାଖରେ ନଜର ଆସିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ବି ପ୍ରଧାନମନ୍ତ୍ରୀ ଓଡ଼ିଶା ଆଡୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଏକ ପ୍ରକାର ସ୍ୱୀକୃତି ଦେଇଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ ଦେଇ ତାଙ୍କ ନେତୃତ୍ୱକୁ ଆହୁରି ସୁଦୃଢ଼ କରିଥିଲେ ପ୍ରଧାନମନ୍ତ୍ରୀ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟ ବେଳର ଫଟୋ ବି ଅନେକ କଥା କୁହେ। ଏସବୁ ଭିତରେ ରାଜ୍ୟରେ ବିଜେପି ସରକାରକୁ ଅଢ଼େଇ ବର୍ଷ ପୁରିବାକୁ ବସିଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଫାଟୋ ବଡ ସଙ୍କେତ ଦେଉଥିବା କୁହାଯାଉଛି।
