ବସ୍‌ଷ୍ଟାଣ୍ଡରେ ଥିବା ଦୋକାନ ଘରେ ପଶିଲା ପାଣି

ତାଳଚେର, : ସହର ଦେଇଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଏଆଇପିଏଲ୍ ଠିକାସଂସ୍ଥା ତାଳଚେର ବନ୍ଧ୍ୟାଣ୍ଡ ନିକଟରେ ଥିବା ରାସ୍ତା ସମ୍ପ୍ରସାରଣ କରୁଛି। ବସ୍‌ଷ୍ଟାଣ୍ଡର ଡ୍ରେନ୍‌କୁ ଜାମ୍ କରିଥିବାରୁ ଜଳ ନିଷ୍କାସନ ନହୋଇ ପାଖରେ ଥିବା କିଛି ଦୋକାନ ଭିତରେ ପଶି ଯାଇଛି।

ସୂଚନା ମୁତାବକ, ତାଳଚେର ବସ୍ୟାଣ୍ଡରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପଛ ପାଖ ତଥା ବସ୍ୟାଣ୍ଡର ପ୍ରବେଶ ପଥରେ ପାଣି ଜମି ରହୁଛି। ଫଳରେ ତାଳଚେର ପୌରପ୍ରଶାସନ । ଦ୍ଵାରା ରହିଥିବା ଦୋକାନ ଜଳବନ୍ଦି ହୋଇ ରହିଛି। ବଲ୍ୟାଣ୍ଡରେ ରହିଥିବା ମୁଖ୍ୟ ଡ୍ରେନ୍‌କୁ ଜାତୀୟ ରାଜପଥ କାମ କରୁଥିବା ଠିକାସଂସ୍ଥା ଏଆଇପିଏଲ ବନ୍ଦ କରି ଦେଇଛି। ଏହି ଡ୍ରେନ୍ ବନ୍ଦ ହେବାଦ୍ଵାରା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ବର୍ଷାଜଳ ସେଠାରେ ଜମି ରହୁଛି। ବଲ୍ୟାଣ୍ଡରେ ଥିବା ୧୦ଟି ଦୋକାନ ମାସେ ହେଲା ଖୋଲି ପାରୁନଥିବାରୁ ସେମାନଙ୍କ ପରିବାର ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିକି ବ୍ୟବସାୟୀ ପ୍ରମୋଦ ସାହୁ କୁହନ୍ତି, ଗତମାସରେ ହୋଇଥିବା ପ୍ରବଳ ବର୍ଷା ଠାରୁ ଆଜି ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରିନି। ଆମେ ଦୋକାନ ଖୋଲିବା ସମ୍ଭବ ହୋଇ ପାରୁନାହିଁ । ଯଦିଓ ପରିବାର ପାଇଁ ଦୋକାନ ଖୋଲିବାକୁ ଯାଉଛୁ, କିନ୍ତୁ ପାଣି ଭିତର ଦେଇ ଗ୍ରାହକ ଆସୁନାହାନ୍ତି। ଫଳରେ ପରିବାର କିଭଳି ଚଳାଇବୁ ତାହାକୁ ନେଇ ଚିନ୍ତାରେ ପଡ଼ିଛୁ।  

ସେହିଭଳି ଆଉ ଜଣେ ବ୍ୟବସାୟୀ ପ୍ରମୋଦ ବିଶ୍ଵାଳ କୁହନ୍ତି, ଏହି ଦୋକାନରୁ ହିଁ ମୋର ରୋଜଗାର। କିନ୍ତୁ, ଦୋକାନ ପାଣି ଭିତରେ ରହିଥିବାରୁ ବେପାର ହୋଇପାରୁନି। ପୌରପ୍ରଶାସନ ହେଉକି ଉପଖଣ୍ଡ ପ୍ରଶାସନ ଏହି ବର୍ଷା ପାଣିକୁ ନିଷ୍କାସନ କରିବାରେ ସହାୟତା କଲେ ମୋ ପରିବାର ବଞ୍ଚିଯାଆନ୍ତା ବୋଲି ସେ କହିଛନ୍ତି । ସେହିଭଳି ଚା’ ଦୋକାନୀ ରଶ୍ମିକାନ୍ତ ସାହୁ କୁହନ୍ତି, ଦୀର୍ଘ ୧୨ ବର୍ଷ ହେଲାଣି ଏଠାରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଛି। ହେଲେ, ଏଭଳି ଅବସ୍ଥା କେବେ ହୋଇନଥିଲା। ଜାତୀୟ ରାଜପଥ କାମ କରୁଥିବା ଠିକାସଂସ୍ଥା ଏଆଇପିଏଲ ବଲ୍ୟାଣ୍ଡର ଜଳ ନିଷ୍କାସନ ବନ୍ଦ କରି ଦେଇଥିବାରୁ ଆମ ଦୋକାନ ଭିତରେ ପାଣି ଜମି ରହୁଛି । ଫଳରେ ଏହି ରାସ୍ତାରେ ଯାତ୍ରୀ ଯିବାଆସିବା କରୁନାହାନ୍ତି କି କେହି ଚା’ ପିଉନାହାନ୍ତି ବୋଲି କହିଛନ୍ତି।

Leave a Reply