ହତ୍ୟା କରି ଜାଳି ଦେବା ଘଟଣା ରେ ଦୁଇ ଗିରଫ

ହତ୍ୟା କରି ପାଇପ ଲାଇନ କୁ ଫୋପାଡ଼ି ଜାଳି ଦେବା ଘଟଣା ରେ ଦୁଇ ଗିରଫ। ୫ ସହ ଟଙ୍କା ପାଇଁ କରିଥିଲେ ହତ୍ୟା। ଦୁଇ ଅଭିଯୁକ୍ତ ହେଲେ ପ୍ରତାପ ଦେହୁରୀ ଓ ସନତ ନାଏକ। ବହୁ ଚର୍ଚ୍ଚିତ କଣିହାଁ ଆସ୍ପଣ୍ଡ ପାଇପ ଲାଇନ୍ ନିକଟରେ ପଡ଼ିଥିବା ଅର୍ଦ୍ଧଦଗ୍ଧ ମୃତ ଦେହ ଘଟଣା ର ତଦନ୍ତ ପରେ କଣିହାଁ ପୋଲିସ ଦୁଇ ଜଣକୁ ଗିରଫ କରିଛି।

ସୂଚନା ମୁତାବକ ତିନି ଜଣ ମିଶି କୌଣସି ସ୍ଥାନ ରୁ ୫ ସହ ଟଙ୍କା ଆଣିଥିଲେ। ଯାହା ସେମାନେ ନିଜ ଭିତରେ ଭାଗ କରି ନେବାର ଯୋଜନା ଥିଲା। କିନ୍ତୁ ମୃତକ ବାରୁ ବେହେରା ସେହି ଟଙ୍କା ରେ ମଦ ପିଇ ଦେବା ପରେ ତାଙ୍କ ର ଦୁଇ ସାଙ୍ଗ ଉତ୍କ୍ଷିପ୍ଟ ହୋଇ ତାଙ୍କୁ ଏକ ପୋଲ ନିକଟରେ ଗଳା ଚିପି ହତ୍ୟା କରିଥିଲେ। ଓ ପରେ ସେହି ମୃତ ଦେହ କୁ ଏକ ବାଇକ୍ ରେ ଆଣି ପାଇପ ଲାଇନ୍ ନିକଟରେ ଫୋପାଡି ଦେଇଥିଲେ। କିଛି ଦିନ ପରେ ମୃତ ଦେହ ଦୁର୍ଗନ୍ଧ ହେବାରୁ ପେଟ୍ରୋଲ ଆଣି ମୃତ ଦେହ କୁ ଜାଳି ଦେଇଥିଲେ। ଯେଉଁ ଘଟଣା ରେ ପୋଲିସ ତଦନ୍ତ ପରେ ଦୁଇ ଜଣକୁ ଗିରଫ କରିଛି।

Leave a Reply