ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ପ୍ରସବ କଲେ ୧୬ ବର୍ଷୀୟା ଆଦିବାସୀ ନାବାଳିକା ।ପ୍ରସବ ପରେ ଚିକିତ୍ସାଳୟ ପକ୍ଷରୁ ଜରପଡା ଥାନାରେ ଅଭିଯୋଗ ହୋଇଛି । ଜରପଡା ଥାନା ପୋଲିସ ପକ୍ଷରୁ ଥାନାରେ କେସ ନଂ – ୩୦୫/୨୬ରେ ଏକ ପସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।ଗିରଫ ଯୁବକ ଜଣଙ୍କ ହେଲେ ଆଠମଲ୍ଲିକ କଲମପୁର ଗାଁର ପ୍ରହଲ୍ଲାଦ ନାଏକ ।ସୂଚନା ଯେ ଆଠମଲ୍ଲିକ ଅଞ୍ଚଳର ପ୍ରହଲ୍ଲାଦ ଜରପଡା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରିଥିଲେ ।
ଗର୍ଭବତୀ ପରେ ନାବାଳିକା ପ୍ରସବ ପାଇଁ ଅନୁଗୁଳ ମେଡିକାଲ କୁ ଯାଇଥିବା ବେଳେ ମେଡିକାଲ ପରିସରରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଏହା ଦେଖି ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ଓ୍ବାର୍ଡ କୁ ନେଇ ଚିକିତ୍ସା କରିବା ସହିତ ନାବାଳିକା କନ୍ୟା ସନ୍ତାନ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଗିରଫ ରଖିଛି l ପୋଲିସ ଉକ୍ତ ଯୁବକଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଘଟଣାର ତଦନ୍ତ ଚଳାଇଥିବା ପୋଲିସ ପ୍ରକାଶ କରିଛି l ଏନେଇ ଜରପଡା ଥାନା କେସ ନଂ ୩୦୫/୨୬ରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହିତ ପ୍ରହ୍ଲାଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମନୋଜ ନାୟକ ପ୍ରକାଶ କରିଛନ୍ତି l
