ଡକାୟତଙ୍କ ଦ୍ୱାରା ଲୁଟ୍ ହେଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ!

ମଙ୍ଗଳବାର ଦିନ ସଶସ୍ତ୍ର ଡକାୟତମାନେ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ରସାଲପୁରରେ ଏକ ଗ୍ରାମ୍ୟ ବ୍ୟାଙ୍କକୁ ଲୁଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଚାରି ଜଣ ଦୁର୍ବୃତ୍ତ କିଛି ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି।

ଅପରାଧ କରିବା ପରେ, ଦୁର୍ବୃତ୍ତମାନେ ଦୁଇଟି ବାଇକ୍ ରେ ଟଙ୍କା ନେଇ ପଳାଇ ଯାଇଥିବା ଜଣାପଡ଼ିଛି।

ବ୍ୟାଙ୍କରୁ ଲୁଟ ହୋଇଥିବା ଟଙ୍କା ପରିମାଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Leave a Reply