ମାଲ୍ୟଗିରି ପାହାଡରେ ଫସିଥିବା ଯୁବକ ଉଦ୍ଧାର

ଅନୁଗୁଳ ଜିଲ୍ଲା ପାଲହହଡ଼ା ସ୍ଥିତ ମାଲ୍ୟଗିରି ପାହାଡରେ ଦୀର୍ଘ ୨୨ଘଣ୍ଟା ଧରି ଫସି ରହିବା ପରେ ୩ଜଣ ଯୁବକଙ୍କୁ ଅଗ୍ନିଶମ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି

ବୁଧବାର କେନ୍ଦୁଝର ଅଞ୍ଚଳର ୩ଜଣ ଯୁବକ ବାପୁନ୍ ମହାନ୍ତ, ଅନନ୍ତ ମୁଣ୍ଡା ଓ ପ୍ରଶାନ୍ତ ପାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଅନ୍ୟ ସାଙ୍ଗ ମାନଙ୍କ ସହ ମାଲ୍ୟଗିରି ପାହାଡ ଚଢ଼ିଥିଲେ.

ରାସ୍ତା ଭୁଲିଯିବାରୁ ସେମାନେ ଜଙ୍ଗଲ ଭିତରେ ଫସିଯାଇଥିଲେ। ସନ୍ଧ୍ୟା ହୋଇଯିବାରୁ ସେମାନେ ଏକ ପଥର ଉପରେ ଆଶ୍ରୟ ନେଇଥିଲେ ଓ ରାତିସାରା ବର୍ଷା ରେ ରାତି କରିଥିଲେ।

ଗୁରୁବାର ସକାଳେ ରାସ୍ତା ନପାଇବାରୁ ସେମାନେ ୧୧୨ କୁ କଲ କରି ଲାଇଭ ଲୋକେସନ ପଠାଇ ଥିଲେ।ଖବର ପାଇ ଅଗ୍ନଶମ ବାହିନୀ ସକାଳୁ ଉଦ୍ଧାର କାମ ଆରମ୍ଭ କରିଥିଲେ। ପ୍ରାୟ ୮ଘଣ୍ଟାର କଠିନ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା।

Leave a Reply