ବ୍ରାହ୍ମଣୀ ନଦୀର ରେଙ୍ଗାଳି ଜଳଭଣ୍ଡାରରେ ବଢୁଛି ଜଳସ୍ତର, ତଳମୁଣ୍ଡରେ ବଢ଼ିପାରେ ବନ୍ୟା ଆଶଙ୍କା। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ହୋଇ ରେଙ୍ଗାଳି ଜଳଭଣ୍ଡାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଳସ୍ତର ୧୨୩ ମିଟର ଛୁଇଁଛି। ସୂଚନା ଅନୁଯାୟୀ ରେଙ୍ଗାଳି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୧୬୮ ଘନ ମିଟର ଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ ଦ୍ୱାରା ୩୮୪୦ ଘନ ମିଟର ଜଳ ନିଷ୍କାସନ ହେଉଛି।
ଜଳସ୍ତର କ୍ରମାଗତ ବୃଦ୍ଧି କୁ ଆକଳନ ଅନୁଯାୟୀ ଆସନ୍ତା କାଲି ବିପଦ ସଙ୍କେତ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଅଧିକ ଗେଟ ଖୋଲି ଜଳ ନିଷ୍କାସନ କରାଯିବ। ଯାହାପାଇଁ ତଳମୁଣ୍ଡରେ ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।
