କୋଇଲା ଖଣି ପାଇଁ ଧସିଲ ରାସ୍ତା

MCL ଭରତପୁର ଏବଂ ଜଗନ୍ନାଥ କୋଇଲା ଖଣିର ଭୁଲ୍ ପାଇଁ ୮ଟି ଗ୍ରାମବାସୀ ଯିବା ଆସିବାରେ କଷ୍ଟ ଭୋଗୁ ଛନ୍ତି। କୋଇଲା ଖନନ ପରେ ଖାଲ ଥିବା ସ୍ଥାନକୁ ମାଟି ଭର୍ତ୍ତି କରୁନଥିବାରୁ ମାଟି ଅତଡ଼ା ଖସି ରାସ୍ତା ଭାଙ୍ଗି ଯାଇଛି। ଏ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

ସୂଚନା ମୁତାବକ ତାଳଚେର ବ୍ଲକ୍ ଡେରା ପଞ୍ଚାୟତରୁ ପଦ୍ମାବତୀପୁର ପଞ୍ଚାୟତ ସହିତ କଳମଛୁଇଁ ଏବଂ କଣିହାଁ ଅଞ୍ଚଳକୁ ରାସ୍ତା ସୋଞ୍ଜଗୀକରଣ ରହିଛି।ହେଲେ ଏହି ପଞ୍ଚାୟତ ରାସ୍ତାକୁ ଭରାୟପୁର ଏବଂ ଜଗନ୍ନାଥ କୋଇଲା ଖଣି ପକ୍ଷରୁ ମନଇଚ୍ଛା ରାସ୍ତାର ପରିବର୍ତ୍ତନ କରୁଛନ୍ତି। ଫଳରେ ଲୋକମାନେ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି। ବାରମ୍ବାର ରାସ୍ତା ପରିବର୍ତ୍ତନ ସ୍ୱେତ୍ୱେ ଗ୍ରାମବାସୀ ରାଷ୍ଟ୍ରାୟତ ଉଦ୍ୟୋଗ ବୃଦ୍ଧିକୁ ନେଇ କେବେ ବିରୋଧ କରିନଥିଲେ।

କିନ୍ତୁ ଗତକାଲି ରାତିରେ ଭରତପୁର ଏବଂ ଜଗନ୍ନାଥ କୋଇଲା ଖଣି ମଧ୍ୟରେ ଯାଇଥିବା ରାସ୍ତା ଭୁଶୁଡ଼ି ପଡ଼ିଛି।ଯାହା ଫଳରେ। ତାଳଚେରକୁ ଡେରା ପାଖ ଦେଇ ଯାତାୟାତ କରୁଥିବା ୮ଟି ଗ୍ରାମବାସୀଙ୍କ ରାସ୍ତା ବନ୍ଦ ହୋଇଯାଇଛି। ଏ ନେଇ ଖଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ବି ଖଣି କର୍ତ୍ତୃପକ୍ଷ ନୀରବ ରହିଛନ୍ତି। ଫଳରେ ଗତକାଲି ୮ଟି ଗ୍ରାମର ଗ୍ରାମବାସୀ ଏକତ୍ର ହୋଇ ଖଣି ଭିତରେ ରହିଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଥିଲେ।ପରେ ଜଗନ୍ନାଥ କ୍ଷେତ୍ରରେ ପ୍ରକଳ୍ପ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ଆମ ଗ୍ରାମ ଗୁଡ଼ିକୁ ରାସ୍ତା ଦିଆନଗଲେ ଆନ୍ଦୋଳନ ରୁ ଓହରିବୁ ନାହିଁ।ବୋଲି ଗ୍ରାମବାସୀ ଜିଦ୍ ଧରିଥିଲେ। ସପ୍ତାହେ ମଧ୍ୟରେ ରାସ୍ତା ନିର୍ମାଣ କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରି ଥିଲେ।

କିନ୍ତୁ ବାସ୍ତବରେ ବର୍ତ୍ତମାନ ଏହି ରାସ୍ତା ଭୁଶୁଡିବା ଦ୍ୱାରା ପଦ୍ମାବତୀ ପୁର, ଯୋରଗଡିଆ, କନ୍ଧବେରିନି, ହିଲୋଇ, ଏକଡ଼ାଲ,ବରପାଲି, ଲଛନପୁର ଆଦି ଗ୍ରାମବାସୀ ଏବେ ଡେରା କିମ୍ବା ତାଳଚେରରେ ପହଞ୍ଚିବାକୁ ହେଲେ ପ୍ରାୟ ୨୦କିଲୋ ମିଟର ବୁଲାଣି ରାସ୍ତାରେ ଯିବାକୁ ପଡୁଛି। ଅନ୍ୟ ପକ୍ଷରେ ସୋଲଡା, ଡଅଁରା ଦେଇ ଡେରା ଅଞ୍ଚଳରେ ପହଞ୍ଚି ବାକୁ ପ୍ରାୟ ୧୭କିଲୋମିଟର ବୁଲିବାକୁ ପଡିବ ବୋଲି ପଦ୍ମାବତୀ ପୁର ସରପଞ୍ଚ ମହାର୍ଗ ବେହେରା କହିଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରାନଗଲେ ଆଗାମୀ ଦିନରେ ସମସ୍ତ ଖଣିର କୋଇଲା ଉତ୍ତୋଳନ ସହିତ କୋଇଲା ପରିବହନ ବନ୍ଦ କରି ଦିଆଯିବ ବୋଲି ବୋଲି ଗ୍ରାମବାସୀ ବବୁଲ ପ୍ରଧାନ କହିଛନ୍ତି

Leave a Reply