Osrtc ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ଥ, ଯାତ୍ରୀ ଙ୍କୁ ନେଇ ପାଲଟିଗଲା ବସ୍ । ୬ ଗୁରୁତର ଆହତ ହୋଇଥିବା ବେଳେ ୨୫ ରୁ ଅଧିକ ସାମାନ୍ୟ ଆହତ। ବସ୍ ରେ ଥିବା ଯାତ୍ରୀ ଙ୍କ କହିବା ଅନୁଯାୟୀ ବସ୍ ରେ ପ୍ରାୟ 50 ରୁ ଅଧିକ ଯାତ୍ରୀ ଥିଲେ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ସମଲ୍ ଥାନା 149 ଜାତୀୟ ରାଜପଥ ବୁରୁକୁନା ଛକ ନିକଟରେ। ସୂଚନା ମୁତାବକ ଜଗନ୍ନାଥ ଏକ୍ସପ୍ରେସ ପୁରୀ ରୁ ଯାତ୍ରୀ ଙ୍କୁ ନେଇ ସୁନ୍ଦରଗଡ଼ ଯିବା ସମୟରେ ବୁରୁକୁନା ଛକ ନିକଟରେ ଭାରସାମ୍ୟ ହରାଇ ବସ ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
ଘଟଣା ସ୍ଥଳରେ ଖବର ପାଇ ଅଗ୍ନିଶମ ବିଭାଗ ଓ 108 ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଥିଲା । ଗୁରୁତର ଆହତ ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅତ୍ୟନ୍ତ ଗୁରୁତର ଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ଓ ଭୁବନେଶ୍ୱର ର କିଛି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
