ଅନୁଗୋଳ ଜିଲ୍ଲା ବନରପାଳ ବ୍ଲକ କୁଲାଡ଼ , ଗିରାଙ୍ଗ , ତୁଳସୀ ପାଳ , ଗାଢ଼ାରଖାଇ ଓ ବଡ ତଇଲା ଅଂଚଳରେ ନାଲକୋର ବର୍ଜ୍ୟ ଜଳ ନିଷ୍କାସନ କୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି
ଦୀର୍ଘ ଦିନହେଲା ଏହି ଦୂଷିତ ପାଣି ଚାଷ ଜମି ନଷ୍ଟ କରିବା ସହ ପାନୀୟ ଜଳ ଓ ଜଣ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି
ସାମାଜିକ କର୍ମୀ ଅବୟ ସିଂ ଓ ପ୍ରଶାନ୍ତ ପାତ୍ରଙ୍କ ଅଭିଯୋଗ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଇଂଜିନିୟର ବବିତା ବେହେରା ଉକ୍ତ ଅଂଚଳରୁ ପାଣି ଓ ମାଟି ନମୁନା ସଂଗ୍ରହ କରିଥିଲେ
ତେବେ ପରୀକ୍ଷା ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି | ତୁରନ୍ତ ଏହି ରିପୋର୍ଟ ପ୍ରକାଶ କରିବା ନିରପେକ୍ଷ ତଦନ୍ତ କରିବା ଏବଂ ପ୍ରଦୂଷଣ ରୋକିବା ପାଇଁ ଠୋସ ପଦକ୍ଷେପ ନେବାକୁ ଗ୍ରାମବାସୀ ଜିଦ ଧରିଛନ୍ତି | ପ୍ରଦୂଷଣ ନିୟନ୍ତ୍ରଣ ପକ୍ଷରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି |
