ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରେ ‘ ବିକାଶର ଧାରା, ଓଡିଶା sara’ ସ୍ଲୋଗାନ ସହ ଅନୁଗୋଳ ରେ ଜିଲ୍ଳା ସ୍ତରୀୟ କାର୍ଯ୍ଯକ୍ରମ ଆୟୋଜିତ ହୋଈଛି। ସ୍ଥାନୀୟ ସଭାଘରରେ ଅନୁଷ୍ଠିତ ଏହି ବୈଠରେ ରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରଯାଇଛି। ‘ ଜନସେବା ହିଁ ସଂକଳ୍ପ ‘ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ଯୋଗାଣ ଓ ବିଜ୍ଞାନ – ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଗରିବ କଲ୍ୟାଣ ଓ ଅନ୍ତଦୟକୁକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।ସେ ସୁଭଦ୍ରା ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଆୟୁଷ୍ମାନ ଭାରତ, ଅନ୍ନପୂର୍ଣ୍ଣା ଓ ପିଏମଶ୍ରୀ ସ୍କୁଲ୍ ଭଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଥିଲେ।
ସମ୍ମାନିତ ଅତିଥି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓଡ଼ିଶାର ବିକାଶ ରୋଡ଼ ମ୍ୟାପ୍ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପାଲହହଡ଼ା ବିଧାୟକ ଅଶୋକ ମହାନ୍ତି ଜିଲ୍ଲା ର ପ୍ରକଳ୍ପ ର ସୁଫଳ ବଖାଣି ଥିଲେ।
ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯଥାକ୍ରମେ ଅନୁଗୁଳ ଓ ଖଣି କୃଷି ସ୍ୱାସ୍ଥ୍ୟ କ୍ଷେତ୍ର ରେ ଦୁଇ ବର୍ଷର ବିକାଶ କାମ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ୩ଦିନିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ୮ଟି ଷ୍ଟଲରେ ସରକାରୀ ଯୋଜନା ପ୍ରଦର୍ଶିତ ହେଉଛି ଓ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖତର କହିଲେ ” ରାଜ୍ଯ କେନ୍ଦ୍ର ସହାୟତାରେ ଦୁଇ ବର୍ଷରେ ବହୁ ପ୍ରକଳ୍ପ ହୋଇଛି। ଜିଲ୍ଲାବାସୀ ଉପକୃତ ହୋଇଛନ୍ତି।”
କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟ ଫୋନ, ଏସ୍ ଏ ଚ ଜି ବ୍ୟାଙ୍କ୍ ଋଣ, ରାସନ୍ କାର୍ଡ, ମଧୁବାବୁ ପେନସନ, ନିଯୁକ୍ତି ପତ୍ର, ନିର୍ମାଣ ଶ୍ରମିକ ମୃତ୍ୟୁ ସହାୟତା ଓ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ଅନ୍ଯ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧୀ ସୁଦୀପ ଗଡ଼ନାୟକ, ସ୍ୱତନ୍ତ୍ର ସମନୟ ବୋର୍ଡ ଅଧ୍ୟକ୍ଷ ବଶିଷ୍ଠ ନାୟକ,ଜିଲ୍ଲା ପରିଷଦ ସିଡିଓ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଆଶା ଅଙ୍ଗନୱାଡି କର୍ମୀ ଓ ଓ ଗଣମାଧ୍ୟମ ପ୍ରତିନିଧୀ ଉପସ୍ଥିତ ଥିଲେ।
