ଶାହାଙ୍କୁ କଣ କହିଲେ ଟଙ୍କଧର?,ଦିଲ୍ଲୀରେ ଭେଟଘାଟଓଡ଼ିଶାରେ କମ୍ପନ!

ଦିଲ୍ଲୀରେ ଭେଟଘାଟ ,ଓଡ଼ିଶାରେ କମ୍ପନ ?
ବିଜେପି ନେତାଙ୍କ ଦିଲ୍ଲୀ ଦୌଡ ନେଇ ଦଳୀୟ କ୍ୟାମ୍ପରେ ଚର୍ଚ୍ଚା!
ଏଇଠୁ ଆରମ୍ଭ ,ଆଗକୁ ବଢ଼ିପାରେ ତାଲିକା !

ଦର୍ଶକବନ୍ଧୁ ବିଜେପି ନେତାଙ୍କ ଦିଲ୍ଲୀ ଦୌଡ ଏବେ ରାଜ୍ୟ ରାଜନୀତିରେ ବଡ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନିକଟ ଅତୀତରେ ଏକାଧିକ ବିଜେପି ନେତା ଭିନ୍ନ ଭିନ୍ନ ସମୟରେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ନେତୃତ୍ଵଙ୍କୁ ଭେଟିବାର ନଜିର ରହିଛି। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ଏହି ଗସ୍ତ ସମୟରେ ଅନେକ କେନ୍ଦ୍ର ନେତୃତ୍ଵଙ୍କୁ ଭେଟିଥିବା ଦେଖିବାକୁ ମିଳିଛି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଅନ୍ୟ ମନ୍ତ୍ରୀ ମାନେ ବି ଦିଲ୍ଲୀ ଗସ୍ତ କରି ବିଭିନ୍ନ ସମସ୍ୟା ନେଇ ଅବଗତ କରିବା ସହ ସହଯୋଗ ଲୋଡ଼ିଥିବା ଦେଖିବାକୁ ମିଳିଛି। ଏପରିକି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ ସଂସଦ ଅଧିବେଶନ ସମୟରେ ଦିଲ୍ଲୀରେ ଥିବା ବେଳେ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର ଚିତ୍ର ସାମ୍ନାରେ ରହିଛି।

କିନ୍ତୁ ବର୍ତ୍ତମାନ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ବଡ ଚର୍ଚ୍ଚା ସୃଷ୍ଟି କରିଛି। ସାମ୍ପ୍ରତିକ ରାଜନୈତିକ ରାଜନୀତିକ ସ୍ଥିତିରେ ଟଙ୍କଧର ଅମିତ ଶାହାଙ୍କୁ ସାକ୍ଷାତ କୁ କେବଳ ସାଧାରଣ ସାକ୍ଷାତ ବୋଲି କୁହାଯାଇ ପାରିବନି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ରାଜନୀତିକ ଦୃଶ୍ୟପଟ୍ଟ କିଛି ଭିନ୍ନ ରହିଛି। ଏହି ଭେଟ ଘାଟ ବେଳେ ରାଜନୀତିକ ସ୍ଥିତି କୁ ନେଇ ଆଲୋଚନା ହୋଇଥିବା ଖୋଦ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଟଙ୍କଧର। ସେ ଲେଖିଛନ୍ତି କି ସାମ୍ପ୍ରତିକ ଓଡ଼ିଶା ତଥା ଝାରସୁଗୁଡ଼ାର ରାଜନୈତିକ ପୃଷ୍ଠଭୂମି ସମ୍ବନ୍ଧରେ ଆଲୋଚନା ହୋଇଛି। ଟଙ୍କଧରଙ୍କ ଏହି ଦୁଇ ଲାଇନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଏବେ ବଡ କଥା ହେଉଛି କି କେଉଁ ରାଜନୀତିକ ସ୍ଥିତି କୁ ନେଇ ଆଲୋଚନା କରିଛନ୍ତି ଟଙ୍କଧର। ଶାହଙ୍କ ସହ ଭେଟ ଘାଟ ବେଳେ କଣ ଅବଗତ କରାଇଛନ୍ତି। ଝାରସୁଗୁଡ଼ା ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଝାରସୁଗୁଡ଼ାର ରାଜନୈତିକ ପୃଷ୍ଠଭୂମି ସମ୍ବନ୍ଧରେ ଆଲୋଚନା କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।କିନ୍ତୁ ରାଜ୍ୟ ରାଜନୀତିକ ପୃଷ୍ଠ ଭୂମି ନେଇ କଣ ଆଲୋଚନା କଲେ ତାକୁ ନେଇ ଏବେ ବଡ ଚର୍ଚ୍ଚା। କାରଣ ସମସ୍ତେ ଅବଗତ କି ଟଙ୍କଧର ତ୍ରିପାଠୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାନ୍ତ ଅନୁଗତ। କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି। ଏମିତିରେ ବି ଝାରସୁଗୁଡ଼ା ବିଜେପି ରାଜନୀତିରେ କଣ ଚାଲିଛି ତାହା ସମସ୍ତଙ୍କୁ ଜଣା । ଏ ସବୁ ଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଟଙ୍କଧର ତ୍ରିପାଠୀଙ୍କ ଭେଟ ଘାଟ କୁ ନେଇ ରାଜନୀତି ସମୀକ୍ଷକ ମାନେ ଭିନ୍ନ ଭିନ୍ନ ଆକଳନ କରିଥିବା ଦେଖିବାକୁ ମିଳିଛି।ତେବେ ଦେଖିବାର କଥା ଏହା କେବଲ ଦୁଇ ନେତାଙ୍କ ଭିତରେ ଆଲୋଚନା ନା ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହେଉଛି

Leave a Reply