ନବୀନଙ୍କ ନୂଆ ରଣନୀତି,ସାମ୍ନାରେ ମୋହନଙ୍କୁ ରଖିକେନ୍ଦ୍ରକୁ କରୁଛନ୍ତି ଟାର୍ଗେଟ!

ଧୀରେ ଧୀରେ ରଣନୀତି ବଦଳାଉଛନ୍ତି ନବୀନ!
ସାମ୍ନାରେ ମୋହନ, ନିଶାନାରେ କେନ୍ଦ୍ର ସରକାର !
ପୁରୁଣା କଥା ମନେ ପକାଇ ନବୀନଙ୍କ ଟାର୍ଗେଟ!

ଦର୍ଶକବନ୍ଧୁ ବିଧାନସଭା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। MMDR ସଂଶୋଧନକୁ ନେଇ ନବୀନ ଚିଠି ଲେଖିବା ସହ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନବୀନ ଦାବି କରିଛନ୍ତି। ବିଲ ପ୍ରତ୍ୟାହାର ପାଇଁ ସଂକଳ୍ପ ପାରିତ ପାଇଁ ନବୀନ ଦାବି ରଖିବା ସହ ବିଜେଡି ସମର୍ଥନ ଜଣାଇବ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ଉତ୍ତରକୁ ବିଜେଡି ଅପେକ୍ଷା କରିଥିବା ବେଳେ ଏବେ ଆଉ ଏକ ଚିଠି ଲେଖି ପୁରୁଣା କଥା ମନେ ପକାଇଛନ୍ତି ନବୀନ। ଓଡ଼ିଶା ପାଇଁ ଲାଭ କ୍ଷତିର ହିସାବ ରଖି ବିଲ ପ୍ରତ୍ୟାହାର ପାଇଁ ଏକାଠି ହେବାକୁ ନବୀନ ଅପିଲ କରିଛନ୍ତି। ପୂର୍ବରୁ ସମସ୍ତ ବିଜେପି ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଥିବା ବେଳେ ପୁନର୍ବାର ଚିଠି ଲେଖିବା ବଡ ଚର୍ଚ୍ଚା ସୃଷ୍ଟି କରିଛି।

ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ଧୀରେ ଧୀରେ ରଣନୀତି ବଦଳାଉଛନ୍ତି ନବୀନ ପଟ୍ଟନାୟକ। ଏବେ କେନ୍ଦ୍ରକୁ ନିଶାନା କରିବା ଆରମ୍ଭ କରିଛନ୍ତି ନବୀନ। ବିଭିନ୍ନ ଜାତୀୟ ପ୍ରସଙ୍ଗରେ ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁଥିବା ଦେଖିବାକୁ ମିଳିଛି। MMDR କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ନବୀନ। ରାଜ୍ୟ ସରକାରଙ୍କୁ ଢାଲ କରି ନବୀନ ପଟ୍ଟନାୟକ କେନ୍ଦ୍ର କୁ ନିଶାନା କରୁଥିବା କୁହାଯାଉଛି। ସୁପ୍ରିମ କୋର୍ଟ ରେ AG ଙ୍କ ଯୁକ୍ତି , ରାଜ୍ୟ ସରକାରଙ୍କ ପୂର୍ବ ବୈଠକ କଥା ମନେ ପକାଇ ଏବେର ନିରବତା କୁ ନେଇ ପ୍ରଶ୍ନ କରିଛନ୍ତି। MNDR ସଂଶୋଧନ ଦ୍ୱାରା ଓଡ଼ିଶା ପର୍ଯ୍ୟାପ୍ତ କ୍ଷତି ସହୁଥିବା ଅଭିଯୋଗ କରିବା ସହ ବିଲ୍ ପ୍ରତ୍ୟାହାର ପାଇଁ ସଂକଳ୍ପ ପାରିତ କରିବାକୁ ନବୀନ ଦାବି କରିଛନ୍ତି। ଅର୍ଥାତ ଡବଲ ଇଞ୍ଜିନ ସରକାର କଥା କହୁଥିବା ବିଜେପିକୁ ଏହି ପ୍ରସଙ୍ଗରେ ଏକ୍ସପୋଜ କରିବାକୁ ନବୀନ ଯୋଜନା କରୁଥିବା କୁହାଯାଉଛି।

କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ ଏବେ ବିଭିନ୍ନ କେନ୍ଦ୍ରୀୟ ପ୍ରସଙ୍ଗରେ ନବୀନ ସିଧା ସଳଖ ତାଙ୍କର ଆଭିମୁଖ୍ୟ ରଖୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀରୁ ଫେରିବା ପରେ UPI କୁ ନେଇ ନବୀନ ନିଜର ମତ ରଖିଥିବା ବେଳେ ବିଜେଡି ସାଂସଦ ସନ୍ତୃପ୍ତ ମିଶ୍ରି ଏହାର ଲାଭ କ୍ଷତିର ହିସାବ ରଖିଛନ୍ତି। ପୂର୍ବରୁ ନିଟ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ବି ନିଜର ମତ ରଖିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନବୀନ ପଟ୍ଟନାୟକ। ବିଜେଡି ବିରୋଧୀ ଦଳରେ ବସିବା ପରେ ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ ବି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କିନ୍ତୁ ଏତେଟା ଆଗ୍ରେସିଭ ନଜର ଆସିନି। କିନ୍ତୁ ଏବେ ନବୀନ ପଟ୍ଟନାୟକ ଧୀରେ ଧୀରେ ନିଜର ରଣନୀତିରେ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର କୁ ନିଶାନା କରୁଥିବା ଦେଖିବାକୁ ମିଳିଛି। ତେବେ ଦେଖିବାର କଥା ଆଗକୁ ଏହା କେଉଁ ମୋଡ ନେଉଛି।

Leave a Reply