ଦେଶୀ ମଦ ଜବତ, ୩ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଆଜି ୨ଟି ସ୍ଥାନରେ ଚଢ଼ଉ କରାଯାଇ ୧୦୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସୂଚନା ଅନୁସାରେ, ଏକ କାର(ଓଆର- ୦୨-ବିଏ-୭୫୮୨)ରେ ଦେଶୀ ମଦ ଯାଉଥିବା ଖବର ପାଇ ଅନୁଗୋଳ ୧ ନମ୍ବର ଅବକାରୀ ଥାନା ପକ୍ଷରୁ ଶିମିଳିପଡ଼ା ରାସ୍ତାରେ ଯାଞ୍ଚ କରାଯାଇଥିଲା। ଏଥିରୁ ୫୧୦ ଲିଟର ଦେଶୀ ମଦ ମିଳିଥିଲା। ଅବକାରୀ ବିଭାଗ କାରକୁ ଜବତ କରିବା ସହ ଗାଡ଼ିରେ ଥିବା ଢେଙ୍କାନାଳ ଜିଲ୍ଲା ଆମ୍ବପଳାସ ଗାଁର ସୂର୍ଯ୍ୟକାନ୍ତ ସାହୁ(୩୩)ଙ୍କୁ ଗିରଫ କରିଥିଲା ।

ସେହିପରି ମୋବାଇଲ ଡ୍ ପକ୍ଷରୁ ଚଢ଼ଉ କରାଯାଇ ଚମ୍ପତ୍ତାମୁଣ୍ଡା ନିକଟରୁ ଏକକାରରୁ ୫୨୦ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିବା ସହ ୬୬ ହଜାର ନଗଦ ଟଙ୍କା, ୩ଟି ମୋବାଇଲ ଫୋନ୍ ଓ ଗୋଟିଏ କାର୍ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ କନ୍ଧବେରେଣୀ ଗାଁର ସଂଜୟ କୁମାର ସାହୁ ଓ ପୁରୁଣାଗଡ଼ର ମନୋଜ କୁମାର ସାହୁ।

Leave a Reply