ଓଡ଼ିଶାରେ ସକ୍ରିୟ ଧର୍ମେନ୍ଦ୍ର,ଦିଲ୍ଲୀ ପହଞ୍ଚିବ ଓଡିଶା ରିପୋର୍ଟଟେନସନରେ ଦଳୀୟ ନେତା!

ଦିଲ୍ଲୀରେ କମ,ଓଡିଶାରେ ଦେଉଛନ୍ତି ଅଧିକ ସମୟ !
ସକ୍ରିୟ ହେଲେଣି ଧର୍ମେନ୍ଦ୍ର ! ବଢ଼ିଲା ଓଡ଼ିଶା ନେତାଙ୍କ ଟେନସନ !
ଦିଲ୍ଲୀରେ ପହଞ୍ଚିବ ଓଡ଼ିଶା ରିପୋର୍ଟ ! ଆଗକୁ ବଦଳିପାରେ ସମୀକରଣ ?

ଦର୍ଶକବନ୍ଧୁ ଓଡ଼ିଶାର ସାମ୍ପ୍ରତିକ ରାଜନୀତିକ ସ୍ଥିତି କୁ ନେଇ ଏବେ ସବୁଠି ଚର୍ଚ୍ଚା। ବିଶେଷ କରି ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବିଜେପି ରାଜନୀତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। ଆଗାମୀ ସମୟରେ ଧର୍ମେନ୍ଦ୍ର କେଉଁ ଭୂମିକାରେ ଆସିବେ ତାକୁ ନେଇ ସବୁଠି ଆଲୋଚନା। କାରଣ କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ଏବେ ଧର୍ମେନ୍ଦ୍ରଙ୍କ ଉପରେ ଚାପ କମ। ସରକାରୀ କାମରୁ ସମ୍ପୂର୍ଣ ଭାବେ ମୁକ୍ତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସ ଏବେ ସଂଗଠନ ଉପରେ । ନିଜର ସାଂଗଠାନିକ ଶକ୍ତି ବୃଦ୍ଧି ପାଇଁ ଧର୍ମେନ୍ଦ୍ର ପ୍ରଧାନ କାମ ଆରମ୍ଭ କରିଥିବା କୁହାଯାଉଛି।କିଛି ଘଟଣା କ୍ରମ ବି ଏକଥା ସ୍ପଷ୍ଟ କରୁଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ତାଙ୍କୁ ଓଡ଼ିଶାରେ ଅଧିକ ସମୟ ଦେଖିବାକୁ ମିଳୁଛି। ଗୋଟେ ଅର୍ଥରେ କହିବାକୁ ଗଲେ ଦିଲ୍ଲୀରେ କମ ଓଡିଶାରେ ଅଧିକ ରହୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଦିଲ୍ଲୀରେ ମନ୍ତ୍ରୀ ଦାୟିତ୍ୱରେ ଥିଲେ ବି ନିରନ୍ତର ଭାବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସୁଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟକ୍ରମ ହେଉ କି ଦଳୀୟ କାର୍ଯକ୍ରମ ଅଧିକାଂଶ କାର୍ଯକ୍ରମରେ ବିଭିନ୍ନ କାର୍ଯକ୍ରମରେ ଉପସ୍ଥିତ ରହିବାର ନଜିର ରହିଛି। କିନ୍ତୁ ଏବେ ହୁଏତ ଓଡ଼ିଶାରେ ତାଙ୍କର ରାଜନୀତିକ ଗତିବିଧି ବଢ଼ିଥିବା ଦେଖିବାକୁ ମିଳୁଛି। ନିଜ ଲୋକସଭା କ୍ଷେତ୍ର ସମ୍ୱଲପୁରରେ ଧର୍ମେନ୍ଦ୍ର ଅଧିକ ସମୟ ଦେଉଥିବା ଚର୍ଚ୍ଚା ହେଉଛି। ହୁଏତ ଆଗକୁ ଆହୁରି ଫୋକସ କରି ପାରନ୍ତି।

ଧର୍ମେନ୍ଦ୍ରଙ୍କ ଏଭଳି ସକ୍ରିୟତା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଇସ୍ତଫା ଦେଇ ପ୍ରଥମ ଥର ପାଇଁ ଓଡ଼ିଶା ଫେରିବା ସମୟରେ ଧର୍ମେନ୍ଦ୍ର ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ କାର୍ଯକ୍ରମରେ ତାଙ୍କର ଆଭିମୁଖ୍ୟ ଅନେକ କିଛି ଦିଗକୁ ଇସାରା କରୁଛି। ଏମିତିରେ ବି ବିଜେପିର ଦଳୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ନେଇ କଣ ଚାଲିଛି ତାହା କାହାକୁ ଅଛପା ନାହିଁ। ଏପଟେ ବିଜେଡି ବି ବିଭିନ୍ନ ସମୟରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ସକ୍ରିୟତା ଧର୍ମେନ୍ଦ୍ରଙ୍କ ପ୍ରତିପକ୍ଷଙ୍କ ଚିନ୍ତା ବଢାଇ ପାରେ।କାରଣ ଲଗାତାର କେନ୍ଦ୍ରରେ ପତିଆରା ଜାହିର କରି ଆସୁଥିବା ଧର୍ମେନ୍ଦ୍ର ନୀଟ ବିଭ୍ରାଟ କୁ ନେଇ ବ୍ୟାକଫୁଟ ରେ ଥିଲେ ବି କୌଣସି ବି ବାଜି ପାଲଟାଇବାରେ ସିଦ୍ଧହସ୍ତ। କିନ୍ତୁ ସାମ୍ପ୍ରତିକ ରାଜନୀତିକ ସ୍ଥିତିରେ ଯାହା କିଛି ଦେଖିବାକୁ ମିଳିଛି ଆଗକୁ ଏହା କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।

Leave a Reply