ବିଳମ୍ବରେ ମୌସୁମୀ ଆସିଲା। ଜୁନ୍ ଶେଷ ବେଳକୁ ଯାଇ ବର୍ଷା ହେଲା। ଚାଷ ଆରମ୍ଭ କରିବା ପାଇଁ ଚାଷୀ ବାହାରିଲା ବେଳକୁ ଏତେ ବର୍ଷା ହେଲା ଯେ ଆଉ ଚାଷ ଆରମ୍ଭ ହୋଇପାରିଲାନାହିଁ।ଏମିତି ଏକ ଅଜବ ସ୍ଥିତିରେ ଏଥର ଅନୁଗୋଳର ଖରିଫ ଚାଷ ଫସି ଯାଇଛି। ପ୍ରଥମରୁ ଜଳାଭାବ ଓ ପରେ ଅଧିକ ପାଣି ପାଇଁ ଠିକ୍ ଭାବରେ ଚାଷ କାମ ଆରମ୍ଭ କରି ପାରିନାହାନ୍ତି ଚାଷୀ।ଏପରିକି ଜୁଲାଇ ସାରିବାକୁ ବସିଥିବା ବେଳେ ଅନୁଗୋଳ ଜିଲ୍ଲାରେ ମାତ୍ର ୧୨ ପ୍ରତିଶତ ଜମିରେ ଖରିଫ ଚାଷ ଆରମ୍ବାଥୋଇଛି। ବାକି ଜମି ଏବେ ବି ପଡ଼ିଆ।।
ରଥ ଯାତ୍ରା ପରଠାରୁ ଅନୁଗୋଳ ଜିଲ୍ଲାରେ ଚାଲିଥିବା ବର୍ଷା କମିନି। ଏଥିପାଇଁ ଚାଷ ଜମିରେ ପାଣି ଭର୍ତି ହୋଇ ରହିଛି। ଫଳରେ ଚାଷୀ ଧନବୁନ ଆରମ୍ଭ କରିପାରୁନି। ଅଣ ଧାନ ଜାତୀୟ ଫସଲ ବି ଆରମ୍ଭ ହୋଇପାରୁନି।
ସୂଚନା ମୁତାବକ ଅନୁଗୋଳ ଜିଲ୍ଲାରେ ଚଳିତ ବର୍ଷ ୧,୨୯,୮୧୦ ହେକ୍ଟରେ ଜମିରେ ଖରିଫ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରୁ ୯୦,୨୮୦ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ୩୯,୫୩୦ ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ଲକ୍ଷ୍ୟ ରହିଛି
ଏଥିରେ ମୁଗଟ, ବିରି, ବାଦାମ ଭଳି ଡାଲି ଜାତୀୟ ଫସଲ ଓ ତୈଳବୀଜ ରହିଛି।ତେବେ ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରେ ୧୨,୪୪୧ ହେକ୍ଟର ଜମିରେ ଧାନ ଚାଷ ଆରମ୍ଭ ହୋଇଯାଇଛି। ସେହିପରି ୩୫୦୦ ହେକ୍ଟର ଜମିରେ ଅଣଧାନ ଚାଷ ଆରମ୍ଭ ହୋଇପାରିଛି। ବିଳମ୍ବ ହେଲେ ମଧ୍ୟ ବାକି ଜମିରେ ଚାଷ ଆରମ୍ଭ ହୋଇପାରୁନି ଲଗାଣ ବର୍ଷା ପାଇଁ ଏହି ଚାଷକାମ ବାଧାପ୍ରାପ୍ତ ହୋଇଥିବା କୃଷି ବିଭାଗ କହିଛି।
ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାରେ ଜୁଲାଇରେ ଆବଶ୍ୟକ ଠାରୁ ଅଧିକ ବର୍ଷା ହୋଇଛି। ମେ, ଜୁନ୍ ର ନିଅଣ୍ଟିଆ ବର୍ଷାକୁ ଏହି ଯୁଲାଇ ଭରିବ ସହ ଜଳ ଭଣ୍ଡାର ଭର୍ତ୍ତି ହୋଇଛି। ଚାଷ ଜମିରେ ପାଣି ଜମି ରହିଛି। ଜମିରୁ ପାଣି କମିଲେ ହିଁ ଚାଷକାମ ହୋଇପାରିବ। ଏନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିନୋଦ କୁମାର ଦଳେଇ କହିଛନ୍ତି ଅଧିକ ବର୍ଷା ହେବାରୁ ଚାଷ କାମ ଆରମ୍ଭ ହେବାର ସମସ୍ୟା ହୋଇଛି। ଏବେ ବର୍ଷା କମୁଥିବାରୁ ଦିନେ ଦୁଇଦିନ ଭିତରେ ଚାଷ କାମ ଆଗେଇବ। ଏବେ ଧାନ ବୁଣା ଓ ତଳି ପକା କାମ ଚାଲିଛି। ସପ୍ତାହକ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା ରହିଛି ବୋଲି ସେ କହିଛନ୍ତି
