ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ ଅଧିନସ୍ଥ ରେଙ୍ଗାଳି ଡ୍ୟାମରେ ଜୀବନକୁ ବାଜି ଲଗାଇ କିଛି ନାବାଳକ ପ୍ରାୟ ୫୦ଫୁଟ ଉଚ୍ଚରୁ ପାଣିକୁ ଡେଇଁବା ଘଟଣା ଏବେ ସାମ୍ନାକୁ ଆସିଛି। ଏ ସମ୍ବନ୍ଧୀୟ ଏକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ମୋବାଇଲକୁ ମୋବାଇଲ ପ୍ରଘଟ ହେଉଛି। ଭିଡିଓ ରେ ଦେଖାଯାଇଛି କିଛି ଡ୍ୟାମର ଉଚ୍ଚ ପ୍ରାଚୀର ଉପରୁ ଜଳାଶୟ ମଧ୍ୟକୁ ଡେଇଁଛନ୍ତି। ଏ ପ୍ରକାର କାର୍ଯ୍ୟ ସ୍ପଷ୍ଟ ଭାବରେ ଜିବନ ପାଇଁ ବିପଦ ଜନକ ହେବା ସ୍ୱେତେ ନାବାଳକ ଙ୍କ ମଧ୍ୟରେ ଏହି ପ୍ରବୃତ୍ତି ବଢୁଥିବା ଦେଖାଯାଇଛି।
ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ଡ୍ୟାମ ଅଞ୍ଚଳ ନିଷିଦ୍ଧାଞ୍ଚଳ ହୋଇଥିବା ସହ ବିଭିନ୍ନ ପ୍ରତି ବନ୍ଧକ ଥିବା ସତ୍ୱେ କେମିତି ଏହି ନାବାଳକମାନେ ସେଠାକୁ ପହଞ୍ଚି ଏପରି ଡିଆଁ ମାରୁଛନ୍ତି ତାହାକୁ ନେଇ ବନ୍ଧ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି. ଯଦି ଏପରି କୌଣସି ଅଘଟଣ ଘଟେ ତେବେ ଏଥି ପାଇଁ କିଏ ଦାୟୀ ରହିବ ସେ ନେଇ ସଧାରଣ ରେ ଚର୍ଚ୍ଚା ଚାଲିଛି। ଡ୍ୟାମ ଉପରେ ଉଭୟ ପାର୍ଶ୍ୱରେ ମାତ୍ର ୪ଜଣ ଗୃହରକ୍ଷୀ ସୁରକ୍ଷା ଦାୟିତ୍ୱରେ ଥିବାବେଳେ ଡ୍ୟାମର ନିମ୍ନରେ କୌଣସି ସୁରକ୍ଷା କର୍ମୀ ନିୟୋଜିତ ହୋଇନଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡ୍ୟାମ ପ୍ରସାଶନର ଓ ସୁରକ୍ଷା କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଚି କରିଛି।
ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଧୀକ୍ଷଣ ଯନ୍ତ୍ରୀ ଫୋନ ଉଠାଇ ନଥିଲେ। ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗ ଉଚ୍ଚ ଅଧିକାରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି
