ତାଳଚେର କଲେଜ ପଡିଆ ପରିସରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୧୯ତାରିଖରୁ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପାଲଲହଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ ଯୋଗ ଦେଇଥିଲେ।
ସେହିଭଳି ସମ୍ମାନିତ ଅତିଥି ଭାବେ ତାଳଚେର ପଂଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର,ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ଡ. ଦେବାଶିଷ ମିଶ୍ର, ତାଳଚେର ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଦାସ, ତାଳଚେର ବ୍ଲକ୍ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର, କଣିହାଁ ବ୍ଲକ୍ କୃଷି ଅଧିକାରୀ ଅରୂପାନନ୍ଦ ବେହେରା, ସରକାରୀ କୃଷି ଅଧିକାରୀ ଅବିନାଶ ନାହାକ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ମେଳାରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ବର୍ତମାନ ତାଳଚେର କୃଷି ପାଇଁ ଚାଷ ଜମି ଯେତିକି ପରିମାଣରେ ରହିଛି ,ତାହାକୁ ଚାଷୀମାନେ ଉନ୍ନତ ମାନର ବିହନ ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର କରି ସରକାରଙ୍କ ସବଶିଡି ଯୋଜନାର ଲାଭ ଉଠାଇ ପାରିବେ।
କାର୍ଯ୍ୟକ୍ରମକୁ ସୁନିଲ ଶତପଥୀ, ଅଶୋକ ମହାନ୍ତି, ମନଗୋବିନ୍ଦ ସାହୁ ପରିଚାଳନା କରିଥିଲେ। ତାଳଚେର ଓ କଣିହାଁ ବ୍ଲକ୍ କୃଷି ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ମେଳାରେ ୩୬ ପ୍ରକାର ଚାଷ ଉପକରଣ ଉପଲବ୍ଧ ଅଛି।ମେଳାରୁ ଚାଷୀମାନେ କୌଣସି ଉପକରଣ କ୍ରୟ କରନ୍ତି ତେବେ ସେମାନଙ୍କ ଲାଗି ସ୍ଵତନ୍ତ୍ର ରିହାତି ରହିଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ର କହିଛନ୍ତି।ପରିଶେଷରେ ତାଳଚେର ବ୍ଲକ୍ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ ଧନ୍ୟବାଦ୍ ଦେଇଥିଲେ।ମେଳା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି
