ଅନୁଗୋଳ ଜ଼ିଲ୍ଲା ମୁଖ୍ୟଚିକିତ୍ସାଲୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ନବରାତ୍ରରେ ଜନ୍ମିତ କନ୍ୟା ସନ୍ତାନ ମାନଙ୍କୁ ଉପହାର ପ୍ରଦାନ କରାଯାଇଛି। ଦୀର୍ଘ ୩ ବର୍ଷ ଧରି ଫାଉଣ୍ଡେସନର ଅଧ୍ୟକ୍ଷl ମୃଦୁଲା ଠାକୁର ପ୍ରଧାନ ମହୋଦୟ ଏହି କାର୍ଯ୍ୟକ୍ରମ କରି ନବ ଜାତ ଶିଶୁ କନ୍ୟା ସନ୍ତାନ ପାଇଁ କନ୍ୟା ଶମ୍ବୁଦ୍ଧି ଯୋଜନା ପାଇଁ କିଛି ଅର୍ଥ ରାଶି ପ୍ରଦାନ କରିବା ସହ ତାଙ୍କ ମାତା ପିତାଙ୍କୁ ମଧ୍ୟ ଉପହାର ପ୍ରଦାନ କରିଥାନ୍ତି।
ଶିଶୁ କନ୍ୟାରତ୍ନଙ୍କୁ ସମାଜରେ ବଢ଼ାଇବା ପାଇଁ ଓ କନ୍ୟା ଭୃଣ ହତ୍ୟା ନ କରିବାକୁ ମଧ୍ୟ ଉପଦେଶ ଦେଇଛନ୍ତି କନ୍ୟାସନ୍ତାନ ମା ଦୁର୍ଗାଙ୍କ ରୂପ ତାଙ୍କୁ ସବୁବେଳେ ସଂମାନ ଦେବା ଉଚିତ ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ଓ ପାଲହଡା ବିଧାୟକ ଅଶୋକ ମହାନ୍ତି ମଧ୍ୟ ଉପସ୍ଥିତ ରହିଥିଲେ।
