ଏମିତି ବି ଆସେ ମୃତ୍ୟୁ। କ୍ରିକେଟ୍ ଖେଳିବା ବେଳେ ଟଳି ପଡ଼ିଲେ ଯୁବକ। ମୃତକ ଯୁବକ ଜଣକ ହେଲେ ବଡସଡା ଗାଁ ର ସବୁଜ ବଳୟ ପ୍ରଧାନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ବ୍ଲକ ଖମାର୍ ଥାନା ବଡସଡା ଗାଁ ଖେଳ ପଡ଼ିଆ ରେ। ସୂଚନା ମୁତାବକ ସେ ଡାକ ବିଭାଗ କର୍ମଚାରୀ । ଆଜି ରବିବାର ଥିବାରୁ ସେ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପରେ ଆସି ପଡିଆ ରେ କ୍ରିକେଟ ଖେଳିଥିଲେ। ବ୍ୟାଟିଂ କରୁଥିବା ସମୟରେ ଛାତି ରେ ସେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଚେତା ଶୂନ୍ୟ ହୋଇଯାଇଥିଲେ।
ଗୁରୁତର ଅବସ୍ଥା ରେ ତାଙ୍କୁ ଖମାର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଞ୍ଚଳରେ ସେ ଜଣେ ଭଲ କ୍ରିକେଟ ଖେଳାଳି ହୋଇଥିବା ସହିତ ବହୁ ମେଳାପୀ ଯୁବକ ଜଣେ ଥିଲେ। ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।
