ଧର୍ମେନ୍ଦ୍ରଙ୍କ ଗଡରେ ସୁଜାତା,ଆଗକୁ ଲଢେଇ ଜୋରଦାର!

ଧର୍ମେନ୍ଦ୍ରଙ୍କ ଗଡରୁ ସୁଜାତାଙ୍କ ମିଶନ ଆରମ୍ଭ !
ପଶ୍ଚିମ ଓଡ଼ିଶାରେ ସୁଜାତାଙ୍କ ଏଣ୍ଟ୍ରି ପରେ ବଢ଼ିଲା ଚର୍ଚ୍ଚା !
ନେତାଙ୍କୁ ଭେଟୁଛନ୍ତି ସୁଜାତା ,କର୍ମୀଙ୍କୁ ଭେଟୁଛନ୍ତି ନବୀନ ?
ସୁଜାତାଙ୍କୁ ନେଇ ନବୀନଙ୍କ ବଡ ଯୋଜନା !

ଦର୍ଶକବନ୍ଧୁ ବିଜେଡି ନେତ୍ରୀ ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରେ ବିଜେଡିରେ ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି। ସାଧାରଣ କର୍ମୀ ଭାବେ ଯୋଗ ଦେଇଥିଲେ ବି ଆଗାମୀ ଦିନରେ ସେ କେଉଁ ଭୂମିକାରେ ଆସିବେ ତାକୁ ନେଇ ଭିନ୍ନ ସମୟରେ ଭିନ୍ନ କଥା ସାମ୍ନାକୁ ଆସୁଛି। କିନ୍ତୁ ସୁଜାତା ବିଜେଡିରେ ଯୋଗ ଦେବା ପରଠୁ ନିୟମିତ ଭାବେ ଶଙ୍ଖ ଭବନରେ ନେତା ଓ କର୍ମୀଙ୍କ ସହ ଆଲୋଚନା ଜାରି ରଖିଥିବା ଦେଖିବାକୁ ମିଳିଛି। ଦଳର ସାଂଗଠନିକ ସ୍ଥିତି କୁ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ସୁଜାତା। ଏଥିରୁ ସ୍ପଷ୍ଟ କି ଆଗାମୀ ଦିନରେ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ନଜର ଆସି ପାରନ୍ତି ସୁଜାତା। କିନ୍ତୁ ସୁଜାତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ନା କୌଣସି ଦଳୀୟ ପଦ ପଦବୀରେ ନ ରହି ଏହି ଭଳି ନିଜର ଦାୟିତ୍ୱ ନିର୍ବାହ କରିବେ ତାହା ଏବେ ବଡ଼ ଚର୍ଚ୍ଚା।

କିନ୍ତୁ ସୁଜାତାଙ୍କୁ ନେଇ ଯେ ବିଜେଡ଼ିର ବଡ ପ୍ଲାନ୍ ରହିଛି ତାହା ସ୍ପଷ୍ଟ ଜଣା ପଡ଼ୁଛି। ପ୍ରତିଦିନ ଶଙ୍ଖ ଭବନରେ ବୈଠକ କରୁଥିବା ସୁଜାତା ଆଗାମୀ ଦିନରେ ଜିଲ୍ଲା ବୁଲିବାକୁ ବିଜେଡି ଯୋଜନା କରୁଥିବା କହିଛନ୍ତି ବିଜେଡି ନେତା। କିନ୍ତୁ ଦୁଇ ଦିନ ପୂର୍ବରୁ ସୁଜାତାଙ୍କ କିଛି ସାମାଜିକ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାର ପରିସରକୁ ଆସିଛି। କୁହାଯାଉଛି ସୁଜାତାଙ୍କୁ ନେଇ ବିଜେଡି ତାର ମିଶନ ଆରମ୍ଭ କରି ଦେଇଛି। ଗୋଟିଏ ଦିନରେ ସମ୍ୱଲପୂର୍ ଓ ବରଗଡ଼ ଗସ୍ତ ଏଭଳି କିଛି ଚର୍ଚ୍ଚା ସୃଷ୍ଟି କରିଛି। ସମ୍ବଲପୁରରେ ମା ସମଲେସ୍ୱରୀଙ୍କ ଦର୍ଶନ କରିବା ସହ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ସୁଜାତା। ଏହା ସମ୍ପୂର୍ଣ ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟକ୍ରମ ହୋଇଥିଲେ ବି ଏହା ବାଦ୍ ଦଳୀୟ ନେତାଙ୍କ ସହ ସୁଜାତାଙ୍କ ହାବ ଭାବ ବେଶ ଚର୍ଚ୍ଚା ସୃଷ୍ଟି କରିଛି।

କୁହାଯାଉଛି ପଶ୍ଚିମ ଓଡ଼ିଶାରୁ ସୁଜାତା ତାଙ୍କର ମିଶନ ଆରମ୍ଭ କରି ଦେଇଛନ୍ତି। ସୁଜାତାଙ୍କ ଏହି ଗସ୍ତ ବେଳେ ପଶ୍ଚିମ ଓଡ଼ିଶାର ଅନେକ ଆଗ ଧାଡ଼ିର ନେତାଙ୍କୁ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି। ଗୋଟେ ପଟେ ଶଙ୍ଖ ଭବନରେ ସୁଜାତା ରାଉତ ବିଭିନ୍ନ ଅଞ୍ଚଳର ନେତାଙ୍କୁ ଭେଟୁଥିବା ବେଳେ ପ୍ରତିଦିନ ନବୀନ ନିବାସରେ ବିଭିନ୍ନ ଅଞ୍ଚଳର ତୃଣମୂଳ ନେତାଙ୍କ ସହ ଆଲୋଚନା କରୁଛନ୍ତି ନବୀନ। ମଝିରେ ମଝିରେ ବରିଷ୍ଠ ନେତାଙ୍କୁ ଡକାଇ ନବୀନ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସୁଜାତା ମଇଦାନ କୁ ଓହ୍ଲାଇବା ନୂଆ ରାଜନୀତିକ ଦିଗକୁ ଇସାରା କରୁଛି। ଶୁଣିବାକୁ ମିଳୁଛି କି ଆଗକୁ ଜିଲ୍ଲା ବୁଲିବାକୁ ଯୋଜନା କରୁଛନ୍ତି ନବୀନ। ଏହା ପୂର୍ବରୁ ବିଜେଡି କ୍ଷେତ୍ର ପ୍ରସ୍ତୁତ କରିଥିବା ବେଳେ ସୁଜାତାଙ୍କୁ ବି ଗ୍ରାଉଣ୍ଡ କୁ ଓହ୍ଲାଇବାକୁ ବିଜେଡି କ୍ଷେତ୍ର ପ୍ରସ୍ତୁତ କରୁଛି। ତେବେ ଦେଖିବାର କଥା ଆଗକୁ ବିଜେଡି କଣ ରଣନୀତି କରୁଛି।

Leave a Reply