ବିଜେପିର ଟେନସନ ବଢାଇଲେଣି ନବୀନ ?
ବିଜେପି ଅସ୍ତ୍ରରେ ବିଜେପିକୁ ନିଶାନା କରୁଛନ୍ତି ନବୀନ ପଟ୍ଟନାୟକ !
ନବୀନଙ୍କୁ କାଉଣ୍ଟର ଛଡ଼ା ବିଜେପି ପାଖରେ ବିକଳ୍ପ ନାହିଁ !
ଦର୍ଶକବନ୍ଧୁ ବିଜେପି ଓ ବିଜେଡି ଭିତରେ ଲଢେଇ ତୀବ୍ର ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ବି କାଉଣ୍ଟର କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଲଢେଇ ଏବେ ଶୀର୍ଷ ସ୍ତରରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ବିଜେପି ନେତାଙ୍କ ନିଶାନାରେ କେବଳ ନବୀନ। ଅର୍ଥାତ୍ ବିଜେପି ବନାମ ନବୀନ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ବିଜେପି ନବୀନଙ୍କ ଅପେକ୍ଷା ଅନ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଇ ଭିନ୍ନ ଭିନ୍ନ ନେତାଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ଯେଭଳି କେବଳ ନବୀନ ହିଁ ନିଶାନାରେ ଥିବା ଦେଖିବାକୁ ମିଳୁଛି।
ବିଜେପି ରାଜ୍ୟରେ କ୍ଷମତାସୀନ ହେବା ପରେ ବି ବିଜେଡି ସରକାରର ଦୋଷ ଦୁର୍ବଳତା ଉଠାଇ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ବି କିଛି ସରକାରଙ୍କ ଭୁଲକୁ ସାମ୍ନାକୁ ଆଣି କାଉଣ୍ଟର କରୁଥିବା ଦେଖିବାକୁ ମିଳୁଥିଲା। ଏହି ଲଢେଇ ଭିତରେ କିନ୍ତୁ ଆରମ୍ଭରୁ ନୀରବ ରହୁଥିବା ନବୀନ ଏବେ ଆଗ୍ରେସିଭ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ପ୍ରସଙ୍ଗରେ ନବୀନ ଏବେ ସାମ୍ନାକୁ ଆସି କାଉଣ୍ଟର କରୁଥିବା ଦେଖିବାକୁ ମିଳିଛି। କିଛି ମାସ ହେବ ନବୀନ ପଟ୍ଟନାୟକ ସରକାରଙ୍କ ଭୁଲ କୁ ଧରି କେତେବେଳେ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ତ କେତେବେଳେ ସିଧା ସାମ୍ନାକୁ ଆସି କାଉଣ୍ଟର କରିଛନ୍ତି। କିନ୍ତୁ ନିକଟ ଅତୀତରେ ନବୀନ ପଟ୍ଟନାୟକ ଅଧିକ ଆଗ୍ରେଶିଭ ହେଉଥିବା ଦେଖିବାକୁ ମିଳୁଛି। ନିକଟ ଅତୀତରେ ପାଠ୍ୟ ପୁସ୍ତକ ତ୍ରୁଟି ହେଉ କି ନିଟ ପରୀକ୍ଷା ବିଭ୍ରାଟ , କିମ୍ବା ରାଜ୍ୟରେ ବନ୍ୟା ସ୍ଥିତି ବେଳେ ବିଜେପି ନେତାଙ୍କ ଦିଲ୍ଲୀ ବୈଠକ ହେଉ କି MMDR ଆକ୍ଟ,ଏଭଳି ବିଭିନ୍ନ ପ୍ରସଙ୍ଗରେ ନବୀନ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଅର୍ଥାତ ବିଜେପି ବିରୋଧୀ ଦଳରେ ଥିବା ବେଳେ ଯେଉଁ କିଛି କଥା ଉଠାଇ ବିଜେଡିକୁ ଟାର୍ଗେଟ କରୁଥିଲା ତାହାର ଉଦାହରଣ ଦେଇ ନବୀନ ପ୍ରଶ୍ନ ପ୍ରଶ୍ନ ପଚାରୁଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।
ଅନ୍ୟପଟେ ବିଜେପି ଏବେ ସମ୍ପୂର୍ଣ ନବୀନ ମନସ୍କ ଥିବା ଦେଖିବାକୁ ମିଳୁଛି। ନବୀନଙ୍କ କ୍ଷେତ୍ରରେ ମାପିଚୁପି ବୟାନ ରଖୁଥିବା ବିଜେପି ଏବେ ନବୀନଙ୍କୁ ସିଧାସଳଖ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ପ୍ରସଙ୍ଗ ଯାହା ହେଉ ନା କାହିଁକି ବିଜେପି ନିଶାନାରେ ଏବେ ନବୀନ। ବଡ ବଡ ନେତା ଏବେ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ଭିତରେ ଲଢେଇ ଜୋର୍ ହେଉଥିବା ବେଳେ ଶୀର୍ଷ ସ୍ତରରେ ଲଢେଇ ରାଜନୀତିକ ମହୋଲ କୁ ରୋଚକ କରିଛି। ଆଗାମୀ ଦିନରେ ଏହି ଲଢେଇ କେଉଁମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
