ପ୍ରଚୁର ପରିମାଣ ର କେନ୍ଦୁପତ୍ର ସହିତ ପିକଅପ ଭ୍ୟାନ ଜବତ, ଜଣେ ଗିରଫ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ରାଇଝରଣ ସେକ୍ସନର କୋରଡ଼ା ଗାଁରେ ଚଢ଼ାଉ କରି ପ୍ରଚୁର ପରିମାଣ ରେ କେନ୍ଦୁପତ୍ର ବଣ୍ଡଲ ସହ ଏକ ପିକଅପ ଭ୍ୟାନ ଓ ଜଣଙ୍କୁ ଗିରଫ କରିଛି l ଗିରଫ ଯୁବକ ଜଣଙ୍କ ବଡହିଂସର ଗାଁର କେଦାର ପ୍ରଧାନ l ସୂଚନା ଯେ ଲକ୍ଷାଧିକ ଟଙ୍କାର ବ୍ୟାପକ କେନ୍ଦୁପତ୍ର ଏକ ପିକଅପ ଭ୍ୟାନରେ ବୋଝେଇ ହୋଇ ଅନୁଗୋଳ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ବନାଞ୍ଚଳର ଫରେଷ୍ଟର ଦିଗାମ୍ବର ନାୟକ ଓ ବନକର୍ମଚାରି ମାନେ କୋରଡ଼ା ପଥୁରିଆ ସାହି ନିକଟରେ ଚଢ଼ାଉ କରିଥିଲେ l

ତେବେ ବନବିଭାଗକୁ ଦେଖି ପିକଅପ ଭ୍ୟାନର ଚାଳକ ଫେରାର ହୋଇ ଯାଇଥିବା ବେଳେ କେଦାର ପ୍ରଧାନଙ୍କୁ ବନବିଭାଗ ଗିରଫ କରିଥିଲା l ପରେ ବନବିଭାଗ ଜବତ ପତ୍ର ବୋଝେଇ ପିକଅପ ଭ୍ୟାନକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ l ତେବେ ପିକଅପ ଭ୍ୟାନରେ ୨୩୪ଟି କେନ୍ଦୁପତ୍ର ବଣ୍ଡଲ ରହିଥିବା ବେଳେ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ପ୍ରକାଶ କରିଛି l ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଛାନ ଭିନ ଜାରି ରଖିଥିବା ବନବିଭାଗ ସୂଚନା ଦେଇଛି l

Leave a Reply