ଅନୁଗୁଳ ବନଖଣ୍ଡରେ ୨ତାରିଖ ଶୁକ୍ରବାର ଠାରୁ ବାଘ ଗଣନା ଆରମ୍ବ ହେବ। ଏହା ୬ଦିନ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳ ଛେଣ୍ଡିପଦା, କଣିହାଁ, ତାଳଚେର, ବନ୍ତଳା,ଅନୁଗୁଳ ଓ ଜରାପଡାରେ ଏହି ଗଣନା ହେବ। ପୂର୍ବରୁ ସବୁ ବନାଞ୍ଚଳରେ କାର୍ଯ୍ୟରତ ବନ କର୍ମଚାରୀଙ୍କୁ ଏ ବାବଦରେ ତାଲିମ ଦିଆଯାଇଛି। ତେବେ ଚଳିତ ବର୍ଷ ଅତ୍ୟାଧୁନିକ ପଦ୍ଧତିରେ ଏହି ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।
ସବୁ ବିଟରୁ ୩ଜଣ ଲେଖାଏଁ ବନ କର୍ମଚାରୀ ବାଘ ଗଣନାରେ ସାମିଲ ହେବେ। ଏହି କର୍ମଚାରୀଙ୍କୁ ମୋବାଇଲ୍ ଆପରେ ବାଘର ଗତିପଥ, ହବିଟେଟ, ଜଙ୍ଗଲର ପ୍ରକାର,ତୃଣ ଭୋଜି ପ୍ରାଣୀଙ୍କର ଅବସ୍ଥିତି ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।
ସେହିପରି ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରା ମଧ୍ୟ ବାଘ ଗଣନାରେ ସହାୟକ ହେବ। ବାଘର ପାଦ ଚିହ୍ନ ଦେଖିଲେ ତାର ନମୁନା ସଂଗ୍ରହ କରାଯିବ ବୋଲି କୁହାଯାଇଛି।ସେପଟେ ଅନୁଗୁଳ ବନଖଣ୍ଡକୁ ମହାବଳ ବାଘ ଆସିଥିବାରୁ ଚଳିତ ବର୍ଷ ବାଘ ଗଣନାକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି
