ବାଳିକା ଛାତ୍ରୀନିବାସ ନିର୍ମାଣ ପାଇଁ ଶିଳାନ୍ୟାସ

ଜନଜାତି ବାଳିକାମାନଙ୍କ ଶିକ୍ଷାକୁ ସମର୍ଥନ ଦେବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଳାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ବଡ଼ରୋହିଲା ଗ୍ରାମର ଶ୍ରୀରାମକୃଷ୍ଣ ଆଶ୍ରମ ଏସଟି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଯଶଶ୍ଵିନି ଜିନ୍ଦଲ” ଛାତ୍ରୀନିବାସର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି।ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ସାଲୁ ଜିନ୍ଦଲ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଉଦବୋଧନରେ ଶ୍ରୀମତୀ ଜିନ୍ଦଲ କହିଥିଲେ ଯେ ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣ ଆମ ଦୃଷ୍ଟି କୋଣର କେନ୍ଦ୍ର ବିନ୍ଦୁ। ଏହି ହଷ୍ଟେଲ ସୁରକ୍ଷିତ ଆବାସ ଓ ଶିକ୍ଷାଗତ ସମର୍ଥନ ଦେବା ସହ ଛାତ୍ରୀମାନଙ୍କର ହେବ। ୬ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା।ଏହି ଛାତ୍ରୀନିବାସରେ ୩୩୦ଜଣ ଛାତ୍ରୀ ରହିବାର ବ୍ୟବସ୍ଥା ରହିବ।

ଶ୍ରୀରାମକୃଷ୍ଣ ଆଶ୍ରମର ସଂସ୍ଥାପକ ଅନନ୍ତ ଶାସିନି ସ୍ବାଗତ ଭାଷଣ ଦେଇଥିବା ବେଳେ ଜିନ୍ଦଲ ଷ୍ଟିଲର ସଭାପତି ପ୍ରଶାନ୍ତ ହୋତା ପରିଚୟ ପ୍ରଦାନ କରିଥିଲେ। ଜିନ୍ଦଲ ଷ୍ଟିଲର ଚେୟାରମ୍ୟାନ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଜିନ୍ଦଲଙ୍କ ଭୂମିକାକୁ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ହଷ୍ଟେଲ ଆମ ଶିକ୍ଷାକୈନ୍ଦ୍ରିକ ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଅଂଶ। ସମାବେଶମୂଳକ ଓ ସମୁଦାୟ ଗୁରୁଜୀ ବଂଶୀଧର ବଳରାମ ଦାସ୍, ଜିନ୍ଦଲ ଷ୍ଟିଲର ସିଏସଆର ମୁଖ୍ୟ ରିଶି ପଠାନିଆ, ଏଚଓଡି – ସିଏସଆର ଜୟନ୍ତ କୁମାର ମହାନ୍ତି, ସ୍କୁଲର ସଂସ୍ଥାପକ ଶେଷଦେବ ଶାସିନୀ,ସହ ସଂସ୍ଥାପକ ଅନନ୍ତ ଶାସିନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply