ସଂତୃପ୍ତଙ୍କୁ ନେଇ ବିଜେଡିର ପ୍ଲାନ କଣ?,ଦଳ କରିବ କି କଟକ ମୁଖିଆ?

ସନ୍ତୃପ୍ତ ମିଶ୍ରଙ୍କୁ ନେଇ ବିଜେଡ଼ିର ପ୍ଲାନ୍ କଣ ?
ସନ୍ତୃପ୍ତ ରାଜନୀତିକ ଗତିବିଧି ବଢ଼ାଇଲା ଚର୍ଚ୍ଚା !
କଟକ ରାଜନୀତିକୁ ଲିଡ କରିବେ କି ଏହି ହାଇପ୍ରୋଫାଇଲ୍ ଲିଡର!

ଦର୍ଶକବନ୍ଧୁ ବିଜେଡି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କୁ ନେଇ ବର୍ତ୍ତମାନ କଟକ ରାଜନୀତିରେ ଚର୍ଚ୍ଚା। କାରଣ ଗତ କିଛି ଦିନ ହେବ କଟକରେ ବେଶ ସକ୍ରିୟ ଅଛନ୍ତି ସଂତ୍ରୁପ୍ତ ମିଶ୍ର।ବିଭିନ୍ନ କାର୍ଯକ୍ରମରେ ଯୋଗଦେବା ସହ ରୋଡ ସୋ ରେ ସାମିଲ ହୋଇ ନେତାଙ୍କ ସହିତ ଆଲୋଚନା କରୁଛନ୍ତି ସନ୍ତ୍ରୁପ୍ତ। ପ୍ରାୟ ସପ୍ତାହେ ହେବ ସନ୍ତୃପ୍ତ ମିଶ୍ର ଯେଭଳି କଟକରେ ଆକ୍ତିଭ ଅଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ବର୍ତ୍ତମାନ କଟକ ରାଜନୀତି ବେଶ ବର୍ତ୍ତମାନ ସ୍ଥିତିରେ ରହିଛି। କଟକ ରାଜନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ସାଂସଦ ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗ ଦେଇଥିବା ବେଳେ ଦୁଇ ବିଧାୟକ ସୌଭିକ ବିଶ୍ୱାଳ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନିଲମ୍ବନ କରିଛି ବିଜେଡି। ବିଶେଷ କରି କଟକର ସିଟି ପଲିଟିକ୍ସ ଏବେ ଗୋଳିଆ ସ୍ଥିତିରେ ରହିଛି।

କଟକର ଜଣାଶୁଣା ଚେହେରା ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟ ପଦ୍ମ କ୍ୟାମ୍ପ କୁ ଡିଆଁ ମାରିବା ପରେ ବିଜେଡ଼ିର କଟକ ଦାୟିତ୍ଵ କିଏ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ବିଜେଡି ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ବିଭିନ୍ନ କାର୍ଯକ୍ରମ କୁ ନେଇ ଚର୍ଚ୍ଚା। ପୂର୍ବରୁ କଟକ ପ୍ରାୟ ଅନେକ ସାଂଗଠାନିକ ବୈଠକରେ ସନ୍ତୃପ୍ତ ଯୋଗ ଦେଉଥିବା ଦେଖିବାକୁ ମିଳୁଥିଲା। ଦ ଏବେ ବିଭିନ୍ନ କାର୍ଯକ୍ରମରେ ସଂତୃପ୍ତଙ୍କ ପ୍ରତ୍ୟକ୍ଷ ଉପସ୍ଥିତି କଟକ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି।ବିଶେଷ କରି ବୁଧବାର ଶଙ୍ଖ ଭବନରେ ଦଳୀୟ ନେତାଙ୍କ ସହ ସନ୍ତ୍ରୁପ୍ତ ମିଶ୍ରଙ୍କ ବୈଠକକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆଲୋଚନା। ଏହି ବୈଠକରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ସହ,ବିଧାୟକ ପ୍ରଶାନ୍ତ ବେହେରା ,କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ପରି ନେତା ସାମିଲ ଥିବା ବେଳେ ସନ୍ତ୍ରୁପ୍ତଙ୍କୁ ନେଇ କିନ୍ତୁ କଟକ ରାଜନୀତିରେ ଚର୍ଚ୍ଚା ଚାଲିଛି।

ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗଦେବା ପୂର୍ବରୁ ତାଙ୍କୁ ବହିଷ୍କାର କରିଥିଲା ବିଜେଡି। କିନ୍ତୁ ଦେବାଶିଷ ସମାନ୍ତରାୟ ବିଜେଡିର ରାଜ୍ୟସଭା ସାଂସଦ ଥିଲେ ବି ତୁରନ୍ତ ଇସ୍ତଫା ଦେଇ ବିଜେପି କ୍ୟାମ୍ପ କୁ ଡିଆଁ ମାରିବା ଚର୍ଚ୍ଚା ସୃଷ୍ଟି କରିଥିଲା। ବିଜେଡ଼ିର ଏହି ଦୁଇ ଜଣାଶୁଣା ଚେହେରା ବିଜେପିରେ ସାମିଲ ହେବା ପରେ ବିଜେଡ଼ିର ତୃଣମୂଳ ସଂଗଠନ ଉପରେ ରହିଛି ବିଜେପିର ଆଖି।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କଟକ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରୁଛି ବିଜେଡି। ବିଶେଷ କରି ତୃଣମୂଳ ସଂଗଠନ କିଭଳି ପ୍ରଭାବିତ ନ ହେବ ସେ ନେଇ ବିଜେଡି ରୀତିମତ ଉଦ୍ୟମ କରୁଛି। କଟକରେ ନେତାଙ୍କ ଆଗଧାଡିର ନେତା ମାନେ ନିୟମିତ ବୈଠକ କରୁଥିବା ବେଳେ ବେଳେ ନବୀନ ନିବାସରେ ବି ପହଞ୍ଚୁଛନ୍ତି କଟକ ନେତା। ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ କଟକର ସଂଗଠନ ଦାୟିତ୍ଵ କାହା କାନ୍ଧରେ ରହିବ ସେହି ଚର୍ଚ୍ଚା ଭିତରେ ସାଂସଦ ସଂତ୍ରୁପ୍ତ ମିଶ୍ରଙ୍କ ଭୂମିକା ଏବେ ଚର୍ଚ୍ଚାରେ ରହିଛି। ତେବେ ଦେଖିବାର କଥା ଆଗକୁ କଟକ ରାଜନୀତି କେଉଁ ମୋଡ ନେଉଛି।

Leave a Reply