ଦିଲ୍ଲୀରୁ ଫେରି ବଡ ନିଷ୍ପତି ନେବେ ନବୀନ ପଟ୍ଟନାୟକ !
ସେବେ ସୁଜାତା ମିଶିଥିଲେ,ଏବେ ଆଉ ଏକ ସରପ୍ରାଇଯ ଦେବେ ନବୀନ !
ନବୀନଙ୍କ ଦିଲ୍ଲୀ ଗସ୍ତ ବେଳେ ବିଜେଡ଼ିର ପ୍ରତିବାଦ ବଢ଼ାଇଲା ଚର୍ଚ୍ଚା!
ଦର୍ଶକବନ୍ଧୁ ଚଳିତମାସ ପ୍ରଥମ ଦିନରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀରେ ନବୀନଙ୍କ କାର୍ଯକ୍ରମ ନେଇ ନେତାଙ୍କ ପାଖରେ କିଛି ବି ସୂଚନା ନାହିଁ। କିନ୍ତୁ ନବୀନଙ୍କ ଘର ଓ ପରିବାର ଥିବାରୁ ବ୍ୟକ୍ତିଗତ କାର୍ଯକ୍ରମ ପାଇଁ ନବୀନ ଦିଲ୍ଲୀରେ ଥିବା କହୁଛନ୍ତି ଦଳୀୟ ନେତା। କିନ୍ତୁ ନବୀନ ପଟ୍ଟନାୟକ ଯେତେବେଳ ବି ଦିଲ୍ଲୀ ଯାଇଛନ୍ତି ତାକୁ ନେଇ ଚର୍ଚ୍ଚା ହୋଇଛି। ମୁଖ୍ୟମନ୍ତ୍ରୀ ଥିବା ବେଳେ ହେଉ କି ବିରୋଧୀ ଦଳ ନେତା ଭାବେ ନବୀନଙ୍କ ଦିଲ୍ଲୀ ଗସ୍ତ ସବୁବେଳେ ଚର୍ଚ୍ଚାରେ ଥାଏ। କାରଣ ଦିଲ୍ଲୀରେ ଥିବା ବେଳେ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି। ଏପରିକି ଦିଲ୍ଲୀରୁ ଫେରି ବି ନବୀନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ସେ ଦ୍ରୁଷ୍ଟିରୁ ନବୀନ ପଟ୍ଟନାୟକଙ୍କ ଚଳିତ ଗସ୍ତ କୁ ନେଇ ବି ଅନେକ ଦ୍ଵନ୍ଦ।
ନିକଟ ଅତୀତରେ ନବୀନ ପଟ୍ଟନାୟକ ଯେତେଥର ବି ଦିଲ୍ଲୀ ଯାଇଛନ୍ତି ଦିଲ୍ଲୀରେ ଥିବା ବେଳେ ହେଉ କି ଦିଲ୍ଲୀରୁ ଫେରିବା ପରେ ଅନେକ ବଡ ନିଷ୍ପତି ସାମ୍ନାକୁ ଆସିଛି। ସୁଜାତା ରାଉତ ବିଜେଡିରେ ଯୋଗ ଦେବାର କିଛି ଦିନ ପୂର୍ବରୁ ଦିଲ୍ଲୀ ଯାଇଥିଲେ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ଫେରି ନବୀନ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ବିଜେଡିରେ ଯୋଗ ଦେଇଥିଲେ ସୁଜାତା। ସେହିପରି ଦିଲ୍ଲୀରେ ଥାଇ ନିଟ ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟ ରାଜନୀତିରେ ହଲ ଚଲ ସୃଷ୍ଟି କରିଥିଲେ। ଦିଲ୍ଲୀରୁ ଫେରି ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ରାସ୍ତାକୁ ଓହ୍ଲାଇଥିଲା ବିଜେଡି। ଏହି କିଛି ଘଟଣା ଏକ ସଂଯୋଗ ହୋଇପାରେ ସତ କିନ୍ତୁ ଏଭଳି ବଡ ନିଷ୍ପତିକୁ ନବୀନଙ୍କ ଦିଲ୍ଲୀଗସ୍ତ ସହ ଯୋଡ଼ାଯିବାର ଅନେକ କିଛି ଲଜିକ ରହିଥିବା ଚର୍ଚ୍ଚା ହେଉଛି।
ଏବେ ଶୁଣିବାକୁ ମିଳୁଛି କି ଏଥର ବି ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କିଛି ବଡ ନିଷ୍ପତି ନେଇ ପାରନ୍ତି। ୧ ତାରିଖରୁ ନବୀନ ଦିଲ୍ଲୀ ଗସ୍ତରେ ଥିବା ବେଳେ ଆଗାମୀ ଦିନରେ ଦଳର ଭବିଷ୍ୟତ କୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନବୀନ ଏବେ ଫ୍ରଣ୍ଟ କୁ ଆସି ସବୁ କିଛି ଲିଡ କରୁଥିବା ବେଳେ ନେତାଙ୍କ ସହ ନିୟମିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏପଟେ ଦଳରେ ସୁଜାତା ରାଉତଙ୍କ ଭୂମିକାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଶଙ୍ଖ ଭବନରେ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ବାକିଥିବା ଛାମୁଆ ସଂଗଠନ ଗୁଡିକର ପୁନର୍ଗଠନ ସାରିଥିବା ବେଳେ ଦିଲ୍ଲୀ ଗସ୍ତ ପରେ ନବୀନ କିଛି ନୂଆ ନିଷ୍ପତି ନେଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏପଟେ ନବୀନ ଦିଲ୍ଲୀରେ ଥିବା ବେଳେ ବିଜେଡ଼ିର ବଡ ପ୍ରତିବାଦ ଓ କିଛି ନେତା ଦିଲ୍ଲୀରେ ଥିବା ଚର୍ଚ୍ଚା ଅନେକ କିଛି ନୂଆ ଦିଗକୁ ଇସାରା କରୁଛି।
