ସହର ଉପକଣ୍ଠ ଚନ୍ଦ୍ର ବାହାଳ ଗାଁ ରେ ଜମିବ ରଜମହୋଲ। ଏଥି ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଚଳିତ ବର୍ଷ ୧୧ ତମ ରଜ ମହୋତ୍ସବ ପାଳନ ମହା ଆଡ଼ମ୍ବରେ ପାଳିତ ହେବ।
ଚନ୍ଦ୍ର ବାହାଳ ଦୋଳ ମଣ୍ଡପ ଠାରେ ଆସନ୍ତା ୧୪ ଓ ୧୫ ତାରିଖରେ ରଜ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଜ ମହୋତ୍ସବ କମିଟି ଆବାହକ ଅଖିଳ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଗ୍ରାମ୍ୟ କ୍ରୀଡା ସଂସଦ ଏବଂ ରଜ ମହୋତ୍ସବ କମିଟିର ମିଳିତ ଅନୁକୁଲ୍ୟ ରେ ଉକ୍ତ ମହୋତ୍ସବ ମହା ଆଡମ୍ବରରେ ହେବ ବୋଲି ଜଣା ପଡ଼ିଛି। କମିଟିର ଆବାହକ ଶ୍ରୀ ବେହେରା ମହୋତ୍ସବ ର ଆଭିମୁଖ୍ୟ ଏବଂ ରୂପରେଖ ସମ୍ପର୍କ ରେ ଆଲୋକପାତ କରିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯକ୍ରମ ହେବ ବୋଲି ପ୍ରକାଶ କରିଥଲେ। ୨ଦିନ ରଜ ମହୋତ୍ସବ ରେ ଅନେକ ମନ୍ୟଗଣ୍ୟ ବ୍ୟକ୍ତି ତଥା ଓଡିଆ ଚଳଚ୍ଚିତ୍ର ତାରକା ଓ କଣ୍ଠ ଶିଳ୍ପୀ ଯୋଗ ଦେବେ ବୋଲି କମିଟି ପକ୍ଷ ରୁ କୁହାଯାଇଛି
