ଲାଲ୍ ସୁଟ୍‌ରେ କନିଆଁ ଭଳି ସଜେଇ ହେଲେ ହାର୍ଦ୍ଦିକଙ୍କ ପ୍ରେମିକା ମାହିକା, ପିଭି ସିନ୍ଧୁଙ୍କ ସହ ଦୀପାବଳି ପାଳନ କରି ଚର୍ଚ୍ଚାରେ

ଭାରତୀୟ କ୍ରିକେଟ୍ ଜଗତର ଚର୍ଚ୍ଚିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନିଜ କ୍ରିକେଟ୍ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଦୀପାବଳି ଅବସରରେ ହାର୍ଦ୍ଦିକ ନିଜ ପ୍ରେମିକା ମାହିକା ଶର୍ମା ଓ ପୁଅ ଅଗସ୍ତ୍ୟଙ୍କ ସହ ଧୁମ୍‌ଧାମ୍‌ରେ ପର୍ବ ପାଳନ କରିଛନ୍ତି। ଏହି ଉତ୍ସବର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଏହି ଦୀପାବଳି ଉତ୍ସବର ସବୁଠାରୁ ଆକର୍ଷଣୀୟ ଦିଗ ଥିଲା ମାହିକା ଶର୍ମାଙ୍କ ପାରମ୍ପରିକ ଲୁକ୍। ଗାଢ଼ ଲାଲ୍ ରଙ୍ଗର ସୁନ୍ଦର ସୁଟ୍ ପିନ୍ଧି ମାହିକା ଏକ ନବବଧୂ ଭଳି ସଜେଇ ହୋଇଥିଲେ। ଏହା ସହିତ ସେ କାନରେ ଝୁମ୍‌କା ଏବଂ କପାଳରେ ମାଙ୍ଗଟିକା ପିନ୍ଧି ନିଜ ରୂପକୁ ଆହୁରି ଆକର୍ଷଣୀୟ କରିଥିଲେ। ତାଙ୍କର ଏହି ନୂଆ ଲୁକ୍ ଦେଖି ପ୍ରଶଂସକମାନେ ବେଶ୍ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ହାର୍ଦ୍ଦିକ ମଧ୍ୟ ପାରମ୍ପରିକ କୁର୍ତ୍ତା-ପାଇଜାମାରେ ବେଶ୍ ସୁନ୍ଦର ଦେଖାଯାଉଥିଲେ।

ପିଭି ସିନ୍ଧୁଙ୍କ ସହ ଦୀପାବଳି ପାଳନ

ଏହି ଉତ୍ସବରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ଉପସ୍ଥିତି ମଧ୍ୟ ବିଶେଷ ଆକର୍ଷଣ ପାଲଟିଥିଲା। ସିନ୍ଧୁ ନିଜ ଇନଷ୍ଟାଗ୍ରାମରେ ହାର୍ଦ୍ଦିକ, ମାହିକା ଏବଂ ଛୋଟ ଅଗସ୍ତ୍ୟଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସମସ୍ତେ ହସି ହସି କ୍ୟାମେରାକୁ ପୋଜ୍ ଦେଇଥିବା ଦେଖାଯାଇଛି।

ପିଭି ସିନ୍ଧୁ ଏହି ଫଟୋ ସହ ହାର୍ଦ୍ଦିକ, ମାହିକା ଓ ଛୋଟ ଅଗୁଙ୍କ ସହ ଦୀପାବଳି ପାଳନ କରିଥିବା ନେଇ ଏକ ସୁନ୍ଦର ବାର୍ତ୍ତା ଲେଖିଥିଲେ। ହାର୍ଦ୍ଦିକଙ୍କ ଏକ ଭିନ୍ନ ଦିଗ ଦେଖି ସେ ଖୁସି ହୋଇଥିବା ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ।

ମାହିକାଙ୍କୁ ତିଳକ ଲଗାଇଲେ ହାର୍ଦ୍ଦିକ

ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ମଧ୍ୟ ଦୀପାବଳି ପାଳନର ଅନେକ ଫଟୋ ସେୟାର କରିଛନ୍ତି। ଏକ ଫଟୋରେ ସେ ନିଜ ପ୍ରେମିକା ମାହିକାଙ୍କ କପାଳରେ ତିଳକ ଲଗାଉଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠତା ଓ ଭଲପାଇବା ସ୍ପଷ୍ଟ ହୋଇଛି। ଦୁହିଁଙ୍କ ଯୋଡ଼ିକୁ ଦେଖି ପ୍ରଶଂସକମାନେ ଅନେକ ସକାରାତ୍ମକ ମତ ଦେଉଛନ୍ତି।

ପୁଅ ଅଗସ୍ତ୍ୟଙ୍କ ସହ ବିତାଇଲେ ସମୟ

ଦୀପାବଳି ଉତ୍ସବରେ ହାର୍ଦ୍ଦିକ ନିଜ ପୁଅ ଅଗସ୍ତ୍ୟଙ୍କ ସହ ମଧ୍ୟ ଖୁସିର ମୁହୂର୍ତ୍ତ ବିତାଇଥିଲେ। ପୂର୍ବରୁ ହାର୍ଦ୍ଦିକ ଓ ମାହିକା ଛୋଟ ଦୀପାବଳି ଅବସରରେ ଘରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରିଥିଲେ। ହାର୍ଦ୍ଦିକ ପୂଜା ଥାଳି ଧରି ଆରତି କରୁଥିବା ବେଳେ ଅଗସ୍ତ୍ୟ ହାତ ଯୋଡ଼ି ପ୍ରାର୍ଥନା କରୁଥିବା ଦେଖାଯାଇଥିଲା।

ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ୨୦୨୪ ମସିହା ଜୁଲାଇରେ ପରସ୍ପରଠାରୁ ଅଲଗା ହେବା ଘୋଷଣା କରିଥିଲେ। ଉଭୟ ମିଶି ପୁଅ ଅଗସ୍ତ୍ୟଙ୍କ ଲାଳନପାଳନ କରୁଛନ୍ତି। ଏବେ ମାହିକାଙ୍କ ସହ ହାର୍ଦ୍ଦିକଙ୍କ ଏହି ଖୁସିର ମୁହୂର୍ତ୍ତ ଦେଖି ପ୍ରଶଂସକଙ୍କ ମଧ୍ୟରେ ଉଭୟଙ୍କ ବିବାହକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।

Leave a Reply