ବିଜେପିରେ ଅଡ଼ୁଆ “ବିଜେଡି” ନେତା! ଦଳ ଭିତର ଅବସ୍ଥା ସଙ୍ଗିନ!

ବିଜେପିରେ ଆଡଜଷ୍ଟ କରି ପାରୁନାହାନ୍ତି ବିଜେଡି ଛାଡିଥିବା ନେତା !
ଶାସକଦଳ ପାଇଁ ଅଡୁଆ ଏହି ପୁରୁଣା ବିଜେଡି ନେତା !
ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇପାରେ ନୂଆ ସମୀକରଣ ?

ଦର୍ଶକବନ୍ଧୁ ଏକଦା ବିଜେଡି ପାଇଁ ଆସେଟ ଥିବା ନେତା ନିର୍ବାଚନ ସମୟରେ ବିଜେପି ପାଇଁ ସଞ୍ଜୀବନୀ ପାଲଟିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇ ବିଜେଡିକୁ ଚେକ ଦେଇଥିଲେ ଏହି ନେତା। କୁହାଯାଉଛି କି ବିଜେପି କୁ ସଫଳତା ଦେବାରେ ଏହି ନେତାଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଥିଲା। କାରଣ ବିଜେଡି ଛାଡିବା ସହ ଦଳ ବିରୋଧରେ ଏକ ମାହୋଲ ବନାଇଥିଲେ ଏହି ନେତା। ଯାହାକି ପରୋକ୍ଷରେ ବିଜେପିକୁ ସୁହାଇଥିବା ବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଜେପି ଜିତାଇବାରେ ଏହି ନେତାଙ୍କର ଥିଲା ବଡ ଯୋଗଦାନ। କିନ୍ତୁ ନିର୍ବାଚନ ପରେ ଯେପରି ଚିତ୍ର ବଦଳି ଯାଇଛି। ଏହି ନେତାଙ୍କ ଅସନ୍ତୋଷ ସେମାନଙ୍କ ହାବ ଭାବ ରୁ ସ୍ପଷ୍ଟ ବାରି ହେଉଛି। ସ୍ଥାନୀୟ ବିଜେପି ନେତାଙ୍କୁ ନେଇ ଏହି ନେତା ମାନେ ଯେ ଖୁସି ନାହାନ୍ତି ସେକଥା ଜଳ ଜଳ ହୋଇ ଦିଶୁଛି।

ଜଣେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାସ। ବିଜେଡିରେ ଥିବା ବେଳେ ଏହି ଦୁଇ ନେତା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲଗାତାର ଭାବେ ପ୍ରତିପକ୍ଷଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଥିଲେ। ବିଜେପି ପାଇଁ ଏକ ପ୍ରକାର ଅଛୁଆଁ ହୋଇ ରହିଥିଲା ଏହି ନେତାଙ୍କ ନିର୍ବାଚନ ମଣ୍ଡଳୀ। କିନ୍ତୁ ୨୦୨୪ ନିର୍ବାଚନରେ ଏହି ନେତା ମାନେ ସମ୍ପୂର୍ଣ ଭାବେ ବାଜି ପାଲଟାଇ ଦେଇଥିଲେ। ବିଜେଡି ସହ ତିକ୍ତତା କାରଣରୁ ବିଜେପିରେ ସାମିଲ ହୋଇ ବିଜେଡି ରାସ୍ତାରେ କଣ୍ଟା ସାଜିଥିଲେ। ଯାହାକି ବିଜେପି ପାଇଁ ରାସ୍ତା ଖୋଲିଥିଲା। ପୁରା ଗଞ୍ଜାମ ଜିଲ୍ଲାରେ ପ୍ରଦୀପ ପାଣିଗ୍ରାହୀ ଇମ୍ପାକ୍ଟ ଦେଖିବାକୁ ମିଳିଥିବା ବେଳେ ନିମାପଡ଼ା ସହ ପୁରୀ ଲୋକସଭା କ୍ଷେତ୍ରରେ ବି ଦେଖିବାକୁ ମିଳିଥିଲା ସମୀର ଇମ୍ପାକ୍ଟ।

କିନ୍ତୁ ନିର୍ବାଚନ ପରେ ପରେ ସବୁ କିଛି ଯେପରି ବଦଳି ଯାଇଛି। ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ହୋଇଥିଲେ ବି ସାଂପ୍ରତିକ ସ୍ଥିତିରେ କିଛି ଘଟଣା କ୍ରମ ଓ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ କୁ ଦେଖିଲେ ପ୍ରଦୀପଙ୍କ ମନରେ କିଛି କ୍ଷୋଭ ଥିବା ଦର୍ଶାଇ
ଉଛି।ପୂର୍ବରୁ ଅନେକ କାର୍ଯକ୍ରମରୁ ନିଜକୁ ଦୂରେଇ ରଖୁଥିବା ପ୍ରଦୀପ ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସାମ୍ନାକୁ ଆସିଛନ୍ତି।ପ୍ରଦୀପ ଓ ବିଭୂତିଙ୍କ ସମ୍ପର୍କକୁ ନେଇ ଅନେକ କିଛି ଚର୍ଚ୍ଚା ଚାଲିଥିବା ବେଳେ ଏଭଳି କିଛି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ବିଶେଷ କରି ଗୁରୁବାର ମଞ୍ଚରୁ ଅଧାରୁ ଚାଲିଯିବା ଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେହିପରି ସମୀର ଦାସ ବି ସମାନ ରାସ୍ତାରେ। ନିର୍ଵାଚନ ପରେ ପରେ ସମୀର ଓ ପ୍ରଭାତୀ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିରୁଦ୍ଧରେ ସମୀର ଖୋଲା ଖୋଲି ବିଶୋଦଗାର କରୁଥିବା ବେଳେ ପ୍ରଭାତୀ ବି ଛାଡିବା ଅବସ୍ଥାରେ ନାହାନ୍ତି। ଯାହାକି ଦଳୀୟ ନେତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଏହି ଦୁଇ ଘଟଣା ନୁହେଁ ଅନ୍ୟ ସ୍ଥାନରେ ବିଜେଡି ନେତାଙ୍କୁ ସହଜରେ ଗ୍ରହଣ କରି ପାରୁନଥିବା ଦେଖିବାକୁ ମିଳିଛି। ନିକଟରେ ବିଜେପିରେ ସାମିଲ ହୋଇଥିବା କିଛି ବିଜେଡି ନେତାଙ୍କୁ ନେଇ ପୁରୁଣା ବିଜେପି ନେତା ସିଧାସଳଖ ବି ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ତିନି ଦଳ ବଳ ଲଗାଇଲେଣି। ଏଭଳି ସ୍ଥିତିରେ ବିଜେଡ଼ିର ଏହି ପୁରୁଣା ନେତା ମାନେ ଯେପରି ନୂଆ ଦଳରେ ନିଜକୁ ଆଡ଼ଜଷ୍ଟ କରିବା ମୁଡରେ ନାହାନ୍ତି। ତେଣୁ ଦଳୀୟ ନେତା ଏହାକୁ ମ୍ୟାନେଜ କରିବାରେ ସକ୍ଷମ ହେଉଛନ୍ତି ନା କିଛି ନୂଆ ସମୀକରଣ ସୃଷ୍ଟି ହେଉଛି ତାହା ଉପରେ ନଜର ରହିବ।

Leave a Reply