ଢେଙ୍କାନାଳ ଉପରେ ନିର୍ଭରଶୀଳ ଅନୁଗୋଳ

ଢେଙ୍କାନାଳ ଜିଲ୍ଲା ଭିବାଜନ ପରେ ଅନୁଗୋଳ ସ୍ୱତନ୍ତ୍ର ଜିଲ୍ଲା ଗଠନକୁ ୩୩ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ହେଲେ ଅନୁଗୋଳ ଜିଲ୍ଲାରେ ସ୍ୱତନ୍ତ୍ର ଡାକ ବିଭାଜନ ସ୍ଥାପିତ ହୋଇପାରିନାହିଁ। ଏବେ ବି ଅନୁଗୋଳ ଜିଲ୍ଲା ଢେଙ୍କାନାଳ ଡାକ ଡିଭିଜନ ଅଧିନରେ ରହିଛି।ଆଉ ଏଥିପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଅନୁଗୋଳ ରେ ଗୋଟିଏ ଅଲଗା ଡାକ ଡିଭିଜନ ପାଇଁ ଦାବି ଜୋର୍ ଧରିଛି।

ସୂଚନା ମୁତାବକ ଅନୁଗୋଳ ଜିଲ୍ଲାରେ ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଗୁରୁତ୍ୱ ପୂର୍ଣ୍ଣ ଶିଳ୍ପ ଓ ଖଣିଜ ସମ୍ପଦରେ ଭରପୁର ହୋଇ ରହିଛି। ଏଠାରେ MCL ,NTPC,NALCO,JINDAL STEEL ଭଳି ବଡ଼ ଶିଳ୍ପ ସଂସ୍ଥା ଏଠାରେ ଅଛନ୍ତି । ଅନୁଗୋଳ ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଡାକ, ବ୍ୟାଙ୍କିଙ୍ଗ ସେବାର ଚାହିଦା ମଧ୍ୟ ଅଧିକ ରହିଛି।

ତେବେ ଅନୁଗୋଳ ଜିଲ୍ଲା ଏବେ ବି ଢେଙ୍କାନାଳ ଡାକ ଡିଭିଜନ ଅଧିନରେ ରହିଛି। ଡିଭିଜନ କାର୍ଯ୍ୟାଳୟ ଅନୁଗୋଳ ସହରରୁ ପ୍ରାୟ ୬୦କିମି ଦୂର। ଫଳରେ ଡାକ କର୍ମଚାରୀ ଏବଂ ଜନସାଧାରଙ୍କ ପାଇଁ ପ୍ରଶାସନିକ ସେବା ପାଇବାରେ ଅସୁବିଧା ସୃଷ୍ଟି କରୁଛି। ସରକାରୀ କାମ ପାଇଁ ବାରମ୍ବାର ଢେଙ୍କାନାଳ ଯିବା ଆସିବା ଯୋଗୁଁ ବିଳମ୍ବ , ଅତିରିକ୍ତ ଖର୍ଚ୍ଚ ଏବଂ କାର୍ଯ୍ୟ ସମୟର କ୍ଷତି ହେଉଛି। ଅନୁଗୋଳ ରୁ ପାଲହହଡ଼ା ପ୍ରାୟ ୧୦୦  କିମି କିୟାକଟା ପ୍ରାୟ ୧୨୦ କିମି , ବାଗଡ଼ିଆ ପ୍ରାୟ ୫୦କିମି,କିଶୋରନଗର ୮୦କିମି ଦୂରରେ ଅବସ୍ଥିତ। ଜିଲ୍ଲା ବାହାରେ ଥିବା ବିଭାଗୀୟ ମୁଖ୍ୟାଳୟ ରୁ ଏତେ ବଡ଼ ଜିଲ୍ଲାକୁ ପରିଚାଳନା କରିବା ନେଇ ପ୍ରଶାସନିକ ସମସ୍ୟା ସୃଷ୍ଟି ହେଉଛି। ଡାକ ସେବା ସମୟରେ ପହଞ୍ଚିବାରେ ବାଧା ସୃଷ୍ଟି କରୁଛି।ଅନୁଗୋଳରେ ଅଲଗା ଡାକ ଡିଭିଜନ ଗଠନ ହେଲେ ପ୍ରଶାସନିକ ଦୃଷ୍ଟି କୋଣରୁ ଏହା ସୁବିଧା ହେବା ସହିତ ଡାକ ସେବା କ୍ଷେତରେ ବି ଉନ୍ନତି ଆସିବ । ପ୍ରଶାସନିକ ନିଷ୍ପତି ଶୀଘ୍ର ହୋଇପାରିବ। ଡାକ କର୍ମଚାରୀ ଏବଂ ଜନସାଧାରଙ୍କ ସମୟ ଓ ଯାତାୟାତ ଖର୍ଚ୍ଚ ବଞ୍ଚିବ। ପାର୍ସଲ, ସ୍ପିଡ୍ ପୋଷ୍ଟ, ଡାକ ଜୀବନ ବୀମା, ଏବଂ ଆର୍ଥିକ ସେବା ମଜବୁତ୍ ହେବ। ଅନୁଗୋଳ ଶିଳ୍ପର, ବ୍ୟବସାୟ, ଏବଂ ଗ୍ରାମାଞ୍ଚଳ ରେ ବଢୁଥିବା ଆବଶ୍ୟକତାକୁ ସମର୍ଥନ ମିଳିବ। ଏନେଇ ଡାକ ବିଭାଗ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଅନୁଗୋଳ ଜିଲ୍ଲାରେ ସ୍ୱତନ୍ତ୍ର ଡାକ ଘର ପାଇଁ ଲୋକଙ୍କ ସହାୟତା ଲୋଡା ଯାଇଛି। ଶହ ଶହ ଲୋକ ଏନେଇ ଦସ୍ତଖତ କରୁଥିବା ବେଳେ ଏହା ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ଜଣା ପଡ଼ିଛି।

Leave a Reply