ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ର ପ୍ରସ୍ତୁତ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନୁଗୋଳ ଜିଲ୍ଲା ସଦସ୍ୟତା କାର୍ଯ୍ୟଶାଳା ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଛି। ଆସନ୍ତା ଛାତ୍ର ସଂସଦ ନିର୍ବାଚନ ପାଇଁ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା।ଏହି ଶିକ୍ଷା ବର୍ଷରେ ୨୦ହଜାର ସଦସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଏହା ସହ ୩୦ ଟି କ୍ୟାମ୍ପସ ୟୁନିଟ୍ ୮ ଟି ନଗର ୟୁନିଟ୍ ଘୋଷଣା କରିବାର ନିଷ୍ପତି ନିଆଯାଇଛି। କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ପାଖାପାଖି ୩୦ରୁ ଅଧିକ ପ୍ରମୁଖ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ମନ୍ତ୍ରୀ ବୁଦ୍ଧଦେବ ବାଘ, ଢେଙ୍କାନାଳ ବିଭାଗ ସଂଗଠନ ମନ୍ତ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ଏ ବି ଭି ପି ର ଓଡ଼ିଶା ପୂର୍ବ ପ୍ରାନ୍ତର ଛାତ୍ର ସନ୍ଦେଶ ସହ ସମ୍ପାଦକ ଅଧ୍ୟାପକ ଅବିନାଶ ଦୁବେ, ଏ ବି ଭି ପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସହ ସମ୍ପାଦକ ଆଶିଷ କୁମାର ବେହେରା , ଏ ବି ଭି ପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସହ ସମ୍ପାଦକ ଅଭିଳାଷ ତ୍ରିପାଠୀ ଏବଂ ଅନୁଗୋଳ ନଗର ସଭାପତି ଅଧ୍ୟାପକ ରଞ୍ଜନ କୁମାର ଭୂୟାଁ ଯୋଗ ଦେଇଥିଲେ।ଶେଷରେ ଜିଲ୍ଲା ସଂଯୋଜକ ଉମେଶ ବାଘ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply