ତାଲଚେରର ଦୁର୍ଘଟଣା ବାଇପାସ୍ ଟ୍ରାଫିକ୍ ଛକ

ତାଲଚେର: ତାଲଚେର ଏକ ଶିଳ୍ପ ବହୁଳ ସହର ହୋଇଥିବାରୁ ବାଇପାସ୍ ଛକ ଦେଇ ଦୈନିକ ହଜାର ହଜାର ଜନସାଧାରଣ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତାରେ ଜନଗହଳି ଯୋଗୁଁ ଜନସାଧାରଣ ଯାତାୟାତରେ ଘୋର ଅସୁବିଧା ହେଉଛି। ଏନେଇ ଆଜି ତାଲଚେରର ସଚେତନ ନାଗରିକମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି।

ଏହି ବାଇପାସ୍ ଛକ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଥିବାରୁ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ହେଉଛି। ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇପଡ଼ୁଛି। ପାଣି ଜମି ରହିବା ସହ ରାସ୍ତାରେ ଖାଲଖମା ମଧ୍ୟ ସୃଷ୍ଟି ହେଉଛି। ଫଳରେ ଦୁଇଚକିଆ ଯାନ ଚାଳକଙ୍କ ସମେତ ପଥଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି।

ତାଲଚେରର ସତେଜନ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଟ୍ରାଫିକ୍ ଛକ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି ଏବଂ ଜଳବନ୍ଦୀ ଯୋଗୁଁ ସାଧାରଣ ଜନଜୀବନ ସମସ୍ୟାରେ ପଡ଼ୁଛି। ପାଣି ଜମି ରହିବା ସହ ଖାଲଖମା ହେବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି।

ଏହି ବାଇପାସ୍ ଟ୍ରାଫିକ୍ ଛକ ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଶିଳ୍ପାଞ୍ଚଳ ହୋଇଥିବାରୁ ଏହି ରାସ୍ତାରେ ଭାରୀଯାନ, ଟ୍ରକ୍, କୋଇଲା ବୋଝେଇ ଗାଡ଼ି ଓ ଅନ୍ୟାନ୍ୟ ଯାନବାହନ ଦିନରାତି ଚଳାଚଳ କରୁଛି। ଏହା ସହିତ ସ୍ଥାନୀୟ ଲୋକଙ୍କ ଯାତାୟାତ ମଧ୍ୟ ଜାରି ରହୁଛି। ଫଳରେ ରାସ୍ତାରେ ଟ୍ରାଫିକ୍ ଚାପ ବଢ଼ିବା ସହ ଦୁର୍ଘଟଣାର ଆଶଙ୍କା ରହୁଛି।

ବର୍ଷା ଦିନରେ ରାସ୍ତାରେ ପାଣି ଜମିବା ଯୋଗୁଁ ଯାତାୟାତକାରୀମାନେ ରାସ୍ତାର ଖାଲ ଓ ଗାତ ସଠିକ୍ ଭାବେ ଦେଖିପାରୁନାହାନ୍ତି। ଏଥିପାଇଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଅଧିକ ବିପଦରେ ପଡ଼ୁଛନ୍ତି। ରାତି ସମୟରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି।

ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ଟ୍ରାଫିକ୍ ଛକରେ ନିୟମିତ ଭାବେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବା ସହ ରାସ୍ତାର ଉନ୍ନତିକରଣ କରାଯାଉ। ରାସ୍ତାରେ ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା କରାଯାଉ। ଏଥିସହ ରାସ୍ତାରେ ଥିବା ଖାଲଖମା ମରାମତି କରି ଯାତାୟାତ ଉପଯୋଗୀ କରାଯାଉ।

ଦାବିପତ୍ର ପ୍ରଦାନ ବେଳେ ପ୍ରଦୀପ ମହାରଣା, ଜିତେନ୍ଦ୍ର ମହାପାତ୍ର, କ୍ଷିତୀଶ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସଚେତନ ନାଗରିକମାନେ କହିଛନ୍ତି ଯେ, ତାଲଚେରର ଏହି ଗୁରୁତ୍ୱପୂର୍ଣ୍ଣ ବାଇପାସ୍ ଛକର ସମସ୍ୟା ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଦୁର୍ଘଟଣା ସଂଖ୍ୟା ବଢ଼ିପାରେ। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ଓ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର କରିବାକୁ ଦାବି ହୋଇଛି।

Leave a Reply