୧୦ ବର୍ଷରେ ଓଡ଼ିଶାର ଖଣି ରାଜସ୍ୱ ୩.୦୫ ଲକ୍ଷ କୋଟି ଟପିଲା

Feature Story:(6 Of 11) Trucks Carry The Raw Material To Be Made Into Copper Out Of One Of The Oldest And Largest Open-Pit Mines In North America Owned By Phelps Dodge Mining Co June 30,1999. It Is Located Just East Of Silver City, New Mexico. Formally Called Chino Mining Company, It Is Referred To Locally As The Santa Rita Mine Because It Once Housed A Company Town That Was Demolished In The 1960's To Expand The Pit. Phelps Dodge Mining Company Announces More Layoffs. The Company Has Already Had Several Closures And Layoffs Due To The Falling Prices Of Copper. The Closures Have Affected Their Mining Operations In The Silver City Region Of New Mexico, As Well As, The Latest In El Paso, Texas. (Photo By Joe Raedle/Getty Images)

ଭୁବନେଶ୍ୱର: ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ପାଇଁ ଖଣି କ୍ଷେତ୍ରରୁ ଆସୁଥିବା ରାଜସ୍ୱ ରାଜ୍ୟ ଅର୍ଥନୀତିର ଏକ ପ୍ରମୁଖ ଆଧାର ହୋଇ ରହିଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ଖଣି କ୍ଷେତ୍ରରୁ ଡିଏମ୍ଏଫ୍‌ (District Mineral Foundation) ସମେତ ୩.୦୫ ଲକ୍ଷ କୋଟିରୁ ଅଧିକ ଟଙ୍କା ରାଜସ୍ୱ ସଂଗ୍ରହ କରିଛି। ୨୦୧୬-୧୭ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ରାଜସ୍ୱ ସଂଗ୍ରହ ହୋଇଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।

ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ତଥ୍ୟ ରଖିଥିଲେ। ମନ୍ତ୍ରୀଙ୍କ ଅନୁଯାୟୀ, ଡିଏମ୍ଏଫ୍‌କୁ ବାଦ ଦେଲେ ଗତ ୧୦ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ପ୍ରାୟ ୨.୭୦ ଲକ୍ଷ କୋଟି ଟଙ୍କା ରହିଛି। ସେହିପରି କେବଳ ରୟାଲ୍ଟି ବାବଦରେ ରାଜ୍ୟ ୧.୨୭ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛି।

ତଥ୍ୟ ଅନୁଯାୟୀ, ୨୦୧୬-୧୭ରେ ଡିଏମ୍ଏଫ୍‌କୁ ବାଦ ଦେଇ ଓଡ଼ିଶାର ଖଣି ରାଜସ୍ୱ ୫,୧୩୪.୯୦ କୋଟି ଟଙ୍କା ଥିଲା। ଏହା ବୃଦ୍ଧି ପାଇ ୨୦୨୫-୨୬ରେ ୪୬,୭୧୦.୫୭ କୋଟି ଟଙ୍କାରେ ପହଞ୍ଚିଛି। ଡିଏମ୍ଏଫ୍‌ ସମେତ ରାଜସ୍ୱ ୨୦୧୬-୧୭ରେ ୭,୩୨୮.୫୩ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୫୧,୧୨୭.୧୦ କୋଟି ଟଙ୍କାକୁ ବଢ଼ିଛି।

ଗତ ୧୦ ବର୍ଷ ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ସର୍ବାଧିକ ବାର୍ଷିକ ଖଣି ରାଜସ୍ୱ ସଂଗ୍ରହ କରିଥିଲା। ସେହି ବର୍ଷ ଡିଏମ୍ଏଫ୍‌କୁ ବାଦ ଦେଇ ରାଜ୍ୟ ୪୯,୮୫୯.୧୨ କୋଟି ଟଙ୍କା ଖଣି ରାଜସ୍ୱ ପାଇଥିଲା।

ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ମଧ୍ୟ ଖଣି ରାଜସ୍ୱ ସଂଗ୍ରହ ଜାରି ରହିଛି। ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟ ୨୧,୫୮୬.୧୯ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିଥିବାବେଳେ ଡିଏମ୍ଏଫ୍‌ ବାବଦରେ ଆଉ ୨,୧୮୩.୨୨ କୋଟି ଟଙ୍କା ମିଳିଛି। ଫଳରେ ମୋଟ ସଂଗ୍ରହ ୨୩,୭୬୯.୪୧ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର କୌଣସି ଖଣି ରୟାଲ୍ଟି ବକେୟା ନଥିବା ମନ୍ତ୍ରୀ କହିଛନ୍ତି। ଖଣି ଲିଜ୍‌ଧାରୀଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ରୟାଲ୍ଟି ସଂଗ୍ରହ କରୁଥିବାରୁ କେନ୍ଦ୍ର ନିକଟରେ ରୟାଲ୍ଟି ବକେୟା ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଖଣି ନିୟମ ଉଲ୍ଲଂଘନ ମାମଲାରେ ମଧ୍ୟ ରାଜ୍ୟ ସରକାର ବଡ଼ ପରିମାଣର ଜରିମାନା ଆଦାୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ୨୦୧୭ ଅଗଷ୍ଟ ୨ ତାରିଖର ରାୟ ପରେ ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ମାଲିକଙ୍କ ଉପରେ ମୋଟ ୨୦,୪୧୭.୬୪ କୋଟି ଟଙ୍କାର ଜରିମାନା ଦାବି ଉଠାଯାଇଥିଲା। ଏଥିରୁ ସୁଧ ସମେତ ୧୭,୭୦୧.୨୩ କୋଟି ଟଙ୍କା ଆଦାୟ ହୋଇସାରିଛି। ତେବେ ଏବେବି ୨,୬୯୫.୨୬ କୋଟି ଟଙ୍କା ବକେୟା ରହିଛି।

ବକେୟା ଟଙ୍କା ଆଦାୟ ପାଇଁ ଡିଫଲ୍ଟର ଲିଜ୍‌ଧାରୀଙ୍କ ବିରୋଧରେ ଓଡ଼ିଶା ପବ୍ଲିକ୍ ଡିମାଣ୍ଡସ୍ ରିକଭରି ଆକ୍ଟ ଅନୁଯାୟୀ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।

Leave a Reply