ବଦଲା ମୁଡରେ ଧର୍ମେନ୍ଦ୍ର! ନବୀନଙ୍କୁ କଲେ ଟାର୍ଗେଟ…

ପ୍ରତିଶୋଧ ନେଲେ ଧର୍ମେନ୍ଦ୍ର ପ୍ରଧାନ !
ନବୀନଙ୍କୁ ଚେକ ଦେବାକୁ ଧର୍ମେନ୍ଦ୍ରଙ୍କ ନୁଆ ରଣନୀତି!
ଆଗକୁ ନୂଆ ମୋଡ ନେଇ ପାରେ ଓଡ଼ିଶା ରାଜନୀତି !

ଦର୍ଶକବନ୍ଧୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶା ରାଜନୀତିରେ ଏବେ ଭିନ୍ନ ମୋଡ଼ ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବେ ଅଧିକାଂଶ ସମୟ ଓଡ଼ିଶାରେ ଦେଖିବାକୁ ମିଳୁଛି। ସବୁଠୁ ବଡ କଥା ହେଉଛି ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ଭିତରେ ବଡ ଧରଣର କଳି ଆରମ୍ଭ ହୋଇ ଯାଇଛି। ଶନିବାର ସମ୍ବଲପୁରରେ କିଛି ଘଟଣାକ୍ରମ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଧର୍ମେନ୍ଦ୍ର ଏଥର ବୁଲେଇ ବଙ୍କେଇ ନୁହେଁ ବରଂ ସିଧାସଳଖ ନବୀନଙ୍କୁ ନିଶାନା କରିଥିବା ଦେଖିବାକୁ ମିଳିଛି। ସବୁଠୁ ବଡ କଥା ହେଉଛି କି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଦେଖେଇ ଦେଖେଇ ନବୀନଙ୍କୁ ତୀର ମାରିଛନ୍ତି।

ଶନିବାର ର ଘଟଣା କ୍ରମ ସ୍ପଷ୍ଟ କରୁଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଲଢେଇ ତୀବ୍ର ରୂପ ନେଇଛି। ପୂର୍ବରୁ ନିଟ ପରୀକ୍ଷା ବିଭ୍ରାଟ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସିଯେପି ପ୍ରତିବାଦ କୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା। ନବୀନ ଦୁଇ ଦୁଇ ଥର ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେଡି ବି ଏହି ପ୍ରସଙ୍ଗରେ ଗୁରୁତର ସହ ନେଇ ପ୍ରତିବାଦ କୁ ଓହ୍ଲାଇଥିଲା। ସେତେବେଳେ ନବୀନଙ୍କ ଏଭଳି ଆଭିମୁଖ୍ୟ କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।କାରଣ କୌଣସି ଜାତୀୟ ପ୍ରସଙ୍ଗକୁ ଏତେ ଗୁରୁତର ସହ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାର ନଜିର କମ ରହିଛି।

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦେଇଥିଲେ ବି ନବୀନଙ୍କ କ୍ଷେତ୍ରରେ ଚୁପ ଥିବା ଧର୍ମେନ୍ଦ୍ର ଏଥର ନବୀନଙ୍କୁ ପାଲଟା ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।ଧର୍ମେନ୍ଦ୍ରଙ୍କ ବିରୋଧ ସହ ଗୋ ବ୍ୟାକ ନାରା ପଛରେ ବିଜେଡିର ହାତ ଥିବା ଦର୍ଶାଇ ବର୍ଷିଛନ୍ତି ଧର୍ମେନ୍ଦ୍ର। ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯକ୍ରମରେ ଧର୍ମେନ୍ଦ୍ର ନବୀନଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର କହିଥିଲେ କି ନବୀନ ବାବୁ ବଦମାସ୍ ବୋଲି କହିବା ସହ ଦୁଇ ଛୋଟ ଭାଇ ଭଉଣୀଙ୍କୁ ଲଗାଇ ଗୋ ବ୍ୟାକ ନାରା ଦେଉଛନ୍ତି। କିନ୍ତୁ ଓଡ଼ିଶାର ସମ୍ମାନ ହାନି କରିବା ଭଳି କିଛି କାମ କରିବେ ନାହିଁ କି ଓଡ଼ିଶା ଲୋକଙ୍କ ମୁଣ୍ଡ କେବେ ତଳକୁ କରି ନାହାନ୍ତି ବୋଲି କହି ତେଇଚ୍ଛା ବାଣ ମାରିଛନ୍ତି।

ବଡ କଥା ହେଉଛି ଏହି କାର୍ଯକ୍ରମରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ତାଙ୍କ ଅନୁମତି ମାଗି ଏହାକୁ ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ଧର୍ମେନ୍ଦ୍ର। ଏହା ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନ ଥିବାରୁ କେକ କାଟିବା ସହ କେକ ଖୁଆଇବା ରୋଚକ ଦୃଶ୍ୟ ସୃଷ୍ଟି କରିଥିଲା। କିନ୍ତୁ ପରେ ପରେ ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ୍ ଦେଇ ପ୍ରସନ୍ନ କହିଥିଲେ କି ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ କାହାକୁ ଶିଖାଇବାର ଆବଶ୍ୟକତା ନାହିଁ। ଦେଶରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି ଓଡ଼ିଶାରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି। କିନ୍ତୁ ନବୀନଙ୍କ ନିର୍ଦ୍ଦେଶରେ ଏହା ହୋଇଛି ବୋଲି କହିବା ଠିକ୍ ନୁହେଁ।

କିନ୍ତୁ ସମ୍ବଲପୁରର ଏହି ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆଗକୁ ଏହା କେଉଁ ମୋଡ ନେଉଛି ତାହା ଉପରେ ନଜର ରହିଛି।

Leave a Reply