ବି ଏମ୍ ଡବ୍ଲୁ କାରରେ ଡ୍ରଗ୍ସ କାରବାର ବେଳେ ମାଡ଼ି ବସିଲା ପୋଲିସ , 10 ଗ୍ରାମ ବ୍ରାଉନ ସୁଗାର ସହ ତିନି ଗିରଫ ,ମୁଖ୍ୟ ଆସାମୀ ଫେରାର

ବିଏମ୍ଡବ୍ଲୁ କାରରେ ହେଉଥିଲା ଡ୍ରଗ୍ସ କାରବାର। ମାଡ଼ି ବସିଲା ପୋଲିସ , 10 ଗ୍ରାମ ବ୍ରାଉନ ସୁଗାର ସହ ତିନି ଗିରଫ ,ମୁଖ୍ୟ ଆସାମୀ ଫେରାର। ଏମିତି ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଛେଳିଆ ଅଞ୍ଚଳରେ। ସୂଚନା ମୁତାବକ ଗତ କାଲି ଛେଳିଆ ଖେଳ ପଡ଼ିଆ ଅଞ୍ଚଳରେ ଏକ ଦାମୀ କାର ଭିତରେ ଡ୍ରଗ୍ସ କାରବାର ହେଉଥିବା ନେଇ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଥିଲା।

ତେବେ ଅନୁଗୁଳ ସ୍ପେସାଲ୍ ସ୍କାର୍ଡ ଓ କଣିହାଁ ପୋଲିସ ମିଳିତ ଭାବରେ ଚଢ଼ାଉ କରି ତିନି ଜଣ ଡ୍ରଗ୍ସ ବ୍ୟବସାୟୀ କୁ ଗିରଫ କରିବା ସହ 10 ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ BMW କାର, ବାଇକ୍ ଜବତ କରିଛି। ତଦନ୍ତ ପରେ ମୁଖ୍ୟ ଆସାମୀ ଫେରାର ଥିବା ପୋଲିସ ପକ୍ଷ ରୁ ପ୍ରକାଶ କରାଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply