ସରକାରଙ୍କ ପାଇଁ ଏବେ ବଡ ଅଡୁଆ ନବୀନ ପଟ୍ଟନାୟକ !
ଏଥର ନବୀନଙ୍କ ନିଶାନାରେ ବିଜେପିର ଶୀର୍ଷ ନେତୃତ୍ୱ !
ନବୀନଙ୍କୁ ଘେରିବାକୁ ବିଜେପିର କାଉଣ୍ଟର ପ୍ଲାନ!
ଦର୍ଶକବନ୍ଧୁ ରାଜ୍ୟରେ ବିଜେଡି – ବିଜେପି ଭିତରେ ଜୋରଦାର ଲଢ଼େଇ ଆରମ୍ଭ ହୋଇଛି। ଦୁଇ ପୂର୍ବତନ ସହଯୋଗୀ ଦଳ ଏବେ ସାମ୍ନା ସାମ୍ନି ସ୍ଥିତି କୁ ଆସିଯାଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ତେଜୁଥିବା କେହି କାହାରିକୁ ଛାଡ଼ିବା ମୁଡ ରେ ନାହାନ୍ତି। କୁହାଯାଉଛି ରାଜ୍ୟରେ ଏବେ ଅସଲ ଲଢ଼େଇ ଆରମ୍ଭ ହୋଇଯାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଦୁଇ ଦଳର ନେତାଙ୍କ ହାବ ଭାବ ରାଜନୀତିକ ମହୋଲ କୁ ଗରମ କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧିକ ଆଗ୍ରେସିଭ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଠୋର ହେଉଥିବା ଦେଖିବାକୁ ମିଳିଛି।ଏପଟେ ନବୀନ ମୁହଁ ଖୋଲୁ ଖୋଲୁ ବିଜେପି ନେତା ବି ଆଟାକ୍ କରିବାକୁ ଭୁଲୁ ନାହାନ୍ତି।
ନିକଟ ଅତୀତରେ କିଛି ଘଟଣାକ୍ରମ କୁ ଦେଖିଲେ ଏକଥା ସ୍ପଷ୍ଟ ଅନୁମାନ କରିହେବ କି ବିଜେଡି – ବିଜେପି ସମ୍ପର୍କରେ ତିକ୍ତତା ବଢିଛି। ଆମେ ଆପଣଙ୍କ ସାମ୍ନାରେ କିଛି ଘଟଣାକ୍ରମ ରଖିବୁ, ଆପଣ ଦେଖିଲେ ସ୍ପଷ୍ଟଭାବେ ବୁଝିଯିବେ। କାରଣ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ଏଭଳି ଭୂମିକାରେ ଓହ୍ଲାଇବାର ନଜିର କମ ରହିଛି। ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ସଂସଦ ଚାଲିଥିବାରୁ ଦଳୀୟ ସାଂସଦ ମାନେ ବି ଦିଲ୍ଲୀ ଗସ୍ତରେ ରହିଛନ୍ତି। ରାଜ୍ୟରେ ବନ୍ୟସ୍ଥିତି ଭିତରେ ବିଜେପି ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ନବୀନ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଟାକ୍ଷ କରି ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି କି ଓଡ଼ିଶାରେ ବନ୍ୟାର ବିଭୀଷିକା, ହେଲେ ଓଡ଼ିଶା ବିଜେପିର ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି? ନବୀନ ପକହିଛନ୍ତି ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି।
ନବୀନଙ୍କ ଏହି ପୋଷ୍ଟର ଜବାବ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ବାବୁ ଏବେ ନବୀନ ନିବାସରେ ନ ରହି ଲୋକଙ୍କ ପାଖକୁ ଯିବା ଉଚିତ।
ଦଳଗତ ନିର୍ବିଶେଷରେ ସମସ୍ତେ ଲୋକଙ୍କ ସହ ଅଛନ୍ତି, କିନ୍ତୁ ନବୀନ ବାବୁ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
କେବଳ ଏହି ଗୋଟିଏ ଘଟଣା ନୁହେଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ନବୀନ ନୀଟ ଭଳି ଏକ ଜାତୀୟ ପ୍ରସଂଗରେ ଯେଉଁ ଷ୍ଟାଣ୍ଡ ନେଲେ ତାହା ଆଗରୁ କମ୍ ଦେଖିବାକୁ ମିଳିଥିଲା। ପରେ ପରେ ବିଜେଡି ରାସ୍ତାକୁ ଓହ୍ଲାଇବା, ପାଠ୍ୟ ପୁସ୍ତକ ତୃଟି ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟ ବ୍ୟାପି ପ୍ରତିଵାଦ ପାଇଁ ନିଷ୍ପତି ନେବା ଦର୍ଶାଉଛି କି ବିଜେଡି ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଠୋର ହେଉଛି। ଏପଟେ ଶାସକ ଦଳର ନେତା ମାନେ ଏବେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ନିଶାନା କରିବା ସହ ନିକଟରେ ବିଭିନ୍ନ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ପୂର୍ଵ ସରକାରଙ୍କ ଅଧୀନରେ କାମ କରୁଥିବା ଅଧିକାରୀଙ୍କୁ ସମନ ଭଳି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ରାଜ୍ୟରେ ବିଜେଡି କ୍ଷମତାରେ ଥିବା ବେଳେ ବିଜେଡି – ବିଜେପି ଭିତରେ ଲଢେଇ ଚାଲିଥିଲେ ବି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନରମ ଆଭିମୂଖ୍ୟ ଦେଖାଉଥିଲା ବିଜେଡି। ୨୦୨୪ ପରେ ବିଜେଡି କ୍ଷମତାରୁ ଯିବା ପରେ ପ୍ରାୟତଃ ସମାନ ସ୍ଥିତି ଲାଗିରହିଥିଲେ ବି ଏବେ ବିଜେଡିର ଏଭଳି ଆଭିମୁଖ୍ୟ କୁ ନେଇ ସମସ୍ତେ ଦ୍ୱନ୍ଦରେ। ତେବେ ଦେଖିବାର କଥା ଆଗକୁ ଏହି ଲଢ଼େଇ କେତେଦୂର ଯାଉଛି।
