ଘର କାନ୍ଥ ଭୁଶୁଡ଼ି ଜଣେ ମୃତ,୧୪ଆହତ

ସୋଲଡ ଗାଁ ର ଗତକାଲି ଭୋଜି ଖାଉଥିବା ବେଳେ ଘର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧ ଙ୍କ ମୃତ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ସୋଲଡ ଗାଁର ପୁରୁଷୋତ୍ତମ ସାହୁଙ୍କ ଗତ କାଲି ଏକାଦଶାହ କର୍ମ ଭୋଜି ଚାଲିଥିଲା। ପୁରୁଷୋତ୍ତମ ଘର ପରିସରରେ ଭୋଜି ଖାଉଥିବା ବେଳେ ହଟାତ୍ ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ସେହି ଗାଁର କମଳ ଲୋଚନ ମହାପାତ୍ର, ଙ୍କ ମୃତ୍ୟୁ ହୋଇଥିଲା।

ଏଥିରେ ଭୋଜିଭାତ ବାଢ଼ୁ ଥିବା ୬ଜଣ ଏବଂ ଭୋଜି ଖାଉଥିବା ୮ଜଣ ଆହତ ହୋଇଛନ୍ତି। ତୁରନ୍ତ ଆହତ ଙ୍କୁ ତାଳଚେର ପବିତ୍ର ମୋହନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିଛି ଆହତ ବ୍ୟକ୍ତି ଘରକୁ ଫେରିଥିବା ବେଳେ ଆଉ କିଛି ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ କହିବା ମୁତାବକ ଗାଁଠାରୁ ମାତ୍ର ୫ଶହ ମିଟର ଦୂରରେ ରହିଛି ବଳରାମ କୋଇଲା ଖଣି। ଖଣି ଦ୍ୱାରା ବାରମ୍ବାର ବିସ୍ଫୋରଣ ଫୁଟା ଯାଉଥିବା ଦ୍ୱାରା ଗାଁର ଅଧିକାଂଶ ଘରର କାନ୍ଥ ଫାଟି ରହିଛି। ଗତକାଲିର ଏହି ଘାଟ ଏ ପାଇଁ ବଳରାମ ଖଣି କର୍ତୁପକ୍ଷ ଦାୟୀ ବୋଲି ଗାଁର ସଭାପତି ଫିରୋଜ ସାହୁ କହିଛନ୍ତି

Leave a Reply