ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଦେଇ ଯାଇଥିବା ଛେଣ୍ଡିପଦା-ବାଗଡିଆ ୧୫୩-ବି ଜାତୀୟ ରାଜପଥ ପାଣି ପାଇଁ ଅବରୋଧ।ସୂଚନା ଯେ , ବାଗଡିଆ ଥାନା ସଜରାସାହିରେ ଦୀର୍ଘଦିନ ହେଲା ପାନୀୟ ଜଳ ସଙ୍କଟ।ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ।ଅତିଷ୍ଠ ହୋଇ ଗ୍ରାମବାସୀ ଗରା ଓ ବାଲଠି ଧରି ଜାତୀୟ ରାଜପଥ ଅବରୋଧ।ରାସ୍ତାରେ ଗାଡି ଚଳାଚଳ ବନ୍ଦ, ଯାତ୍ରୀ ହଇରାଣ।ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲା । ଏକ ଘଣ୍ଟା ରେ ତୁରନ୍ତ ପାନୀୟ ଜଳ ବିଭାଗ ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ପାଣି ପାଇଁ ଜାତୀୟ ରାଜପଥ ଅବରୋଧ
