ମହିଳା ମାନଙ୍କ ଅସ୍ତିତ୍ବ କୁ ଯିଏ କ୍ଷୁର୍ଣ୍ଣ କରିଛି ତାର ବିନାଶ ହୋଇଛି – ଅଶୋକ ମହାନ୍ତି

ମହିଳା ଙ୍କ ସମାନ ଅଧିକାର , ସମ୍ମାନ ଓ ରାଜନୀତି ରେ ସଶକ୍ତ ପ୍ରତିନିଧିତ୍ଵ ଦାବି ରେ ପାଳଲହଡ଼ା ବ୍ଲକ ଖମାର ମଣ୍ଡଳ ରଜଡଙ୍ଗ ଠାରେ ୩୩% ସଂରକ୍ଷଣ ବିଲ କୁ ବିରୋଧ କରିଥିବା ରାଜନୈତିକ ଦଳ ବିରୋଧ ରେ ଏକ ବିଶାଳ ମହିଳା ଆକ୍ରୋଶ ଜନ ସମାବେଶ କାର୍ଯ୍ୟକ୍ରମ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଅଛି । ଖମାର ମଣ୍ଡଳ ର ସମସ୍ତ ପଞ୍ଚାୟତ ରୁ ହଜାର ହଜାର ମହିଳା , ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା , ସାମାଜିକ କର୍ମୀ ଓ ଯୁବତୀ ମାନେ ଏହି ସମାବେଶ ରେ ଯୋଗ ଦେଇ ମହିଳା ସଂରକ୍ଷଣ ବିଲ କୁ ବିରୋଧ କରିଥିବା ରାଜନୈତିକ ଦଳ ଯଥା କଂଗ୍ରେସ ଓ ଓଡ଼ିଶା ର ଆଞ୍ଚଳିକ ଦଳ ବିଜେଡି ବିରୋଧ ରେ ଏକତାର ସ୍ୱର ଉତ୍ତୋଳନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା କମିଟି ଅଧକ୍ଷ ତଥା ପାଳଲହଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରଜଡ଼ଙ୍ଗ ଗ୍ରାମ ର ତାରିଣୀ ଛକ ଠାରୁ ରଜଡ଼ଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଯାଏ ହଜାର ହଜାର ମହିଳା ଏକ ବିଶାଳ ରାଲି କରି ସଭାସ୍ଥଳ କୁ ଆସିଥିଲେ । ମୁଖ୍ୟ ଅତିଥି ନିଜ ଉଦବୋଧନ ରେ ଦେଶ ର ମହିଳା ମାନେ ଦୀର୍ଘ ଦିନ ଧରି ରାଜନୀତିକ କ୍ଷେତ୍ର ରେ ଯଥୋଚିତ ସୁଯୋଗ ରୁ ବଞ୍ଚିତ ହୋଇଆସୁଛନ୍ତି । ଦେଶର ଜଶସ୍ଵି ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ପାଇଁ ଯେଉଁ ୩୩% ସଂରକ୍ଷଣ ବିଲ ଆଣିଥିଲେ ତାହା କାର୍ଯ୍ୟକାରିତା ହେଲେ ଲୋକସଭା ଓ ବିଧାନସଭା ରେ ମହିଳା ଙ୍କ ଅଂଶଗ୍ରହଣ ବଢିବା ସହ ସମାଜରେ ନୂତନ ପରିବର୍ତ୍ତନ ଆସିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏପରି ପରିସ୍ଥିତି ରେ ରାଜନୀତି ରେ ମଧ୍ୟ ସେମାନଙ୍କୁ ସୁଯୋଗ ଦେବା ସମୟର ଆବଶ୍ୟକତା । କିନ୍ତୁ ଦେଶର ମହିଳା ମାନଙ୍କ ନେତୃତ୍ୱ କୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ଦଳ ଉପରେ ମୁଖ୍ୟ ଅତିଥି କଡ଼ା ସମାଲୋଚନା କରି ମହିଳା ମାନଙ୍କ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ ।

ଅତୀତ ରେ ମାତା ସୀତା ଙ୍କୁ ଅପହରଣ କରି ରାବଣ ତଥା ଲଙ୍କା ର ଯେମିତି ବିନାଶ ହୋଇଥିଲା , ଦ୍ରୌପଦୀ ଙ୍କ ବସ୍ତ୍ର ହରଣ କରି କୌରବ ବଂଶ ଯେପରି ନାଶ ହୋଇଥିଲା ସେହିପରି ଏହି ସଂରକ୍ଷଣ ବିଲ କୁ ବିରୋଧ କରିଥିବା ସମସ୍ତ ଦଳ ସମ୍ପୂର୍ଣ ବିନାଶ ହୋଇ ଇତିହାସ ହୋଇଯିବ ବୋଲି ସେ ମନ୍ତବ୍ୟ ଦେଇଥିଲେ । ପରିସେଶ ରେ ମହିଳା ମାନେ ବିରୋଧ କରିଥିବା ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ କୁସପୂତୁଲିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ଖମାର ମଣ୍ଡଳ ସଭାପତି ଶ୍ରୀମାନ କାର୍ତ୍ତୀକ ହୃଦୟ ଚନ୍ଦନ ପ୍ରଧାନ , ଜିଲ୍ଲା ଉପସଭାପତି ସୌଭାଗିନି ପ୍ରଧାନ ରଜଡଙ୍ଗ ସରପଞ୍ଚ ଦିବ୍ୟା ଭାରତୀ ସାମଲ , ଝିଲି ରାଣୀ ସାହୁ , ବବିତା ପରିଡ଼ା , ସୁଭସ୍ମିତ ଜେନା , ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ,ସରୋଜ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Leave a Reply